Latest Odisha News

BREAKING NEWS

୮ କରୋନା ଯୋଦ୍ଧାଙ୍କ ସହ ସମ୍ବଲପୁରରେ ୫୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରୁ ୫୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଶାସନ।

 

ପ୍ରାପ୍ତ ସୂଚନାନୁଯାୟୀ ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩୨ ଜଣ ଆକ୍ଟିଭ ସର୍ଭିଲାନ୍ସ, ୮ ଜଣ କୋଭିଡ ଯୋଦ୍ଧା ରହିଛନ୍ତି । ଏଥିସହିତ ସର୍ବାଧିକ ୫୪ ଜଣ ସମ୍ବଲପୁର ମୁନିସିପାଲ୍ କର୍ପୋରେସନ (ଏସଏମସି)ରୁ ଚିହ୍ନଟ ହୋଇଛନ୍ତି ।

ଅଧିକ ପଢନ୍ତୁ- ଭାଙ୍ଗିଲା ରେକର୍ଡ, ୩୦ ଜିଲ୍ଲାରୁ ଗୋଟିଏ ଦିନରେ ୧୯୭୭ ପଜିଟିଭ ଚିହ୍ନଟ

ଉଲ୍ଲେଖଯୋଗ୍ୟ, ସମ୍ବଲପୁର ଜିଲ୍ଲାରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୮ ରହିଛି । ସେଥିମଧ୍ୟରେ ୫୩୭ଟି ସକ୍ରିୟ ମାମଲା ରହିଥିବା ବେଳେ ମୋଟ୍ ୭୮୮ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାଛଡା ୩ ଜଣଙ୍କର ମୃତ୍ୟୁ ଘଟିଛି ।
ଅଧିକ ପଢନ୍ତୁ- ଆଉ ୧୦ ମୁଣ୍ଡ ନେଲା କରୋନା, ଗଞ୍ଜାମରେ ୧୫୦ ପାର କଲା ମୃତ୍ୟୁ ସଂଖ୍ୟା

Leave A Reply

Your email address will not be published.