Latest Odisha News

BREAKING NEWS

‘ଜିୟା ଖାନଙ୍କ ଭଳି ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଛି’

ମୁୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ମାମଲାରେ ବାହାରିଲେ ଜିୟା ଖାନଙ୍କ ମାଆ । ସିବିଆଇ ତଦନ୍ତ ପାଇଁ କଲେ ଦାବି । ସୋସିଆଲ ମିଡ଼ିଆରେ ସେୟାର କଲେ ପୋଷ୍ଟ । କହିଲେ ପୁଲିସ ଉପରେ ରହୁଛି ରାଜନୈତିକ ଚାପ, ଯାହାପାଇଁ ସାମ୍ନାକୁ ଆସିପାରୁନି ସତ ।

୨ମାସ ବିତି ଗଲାଣି ସୁଶାନ୍ତଙ୍କ ମୃତ୍ୟୁକୁ । ହେଲେ ମୃତ୍ୟୁ ପଛର କାରଣ ଏପର୍ଯ୍ୟନ୍ତ ଲାଗିନି ପୋଲିସ ହାତରେ । ମୁମ୍ବାଇ ପୋଲିସ ତଦନ୍ତରେ ଅସନ୍ତୁଷ୍ଟ ଥିବା ସୁଶାନ୍ତଙ୍କ ପରିବାର ସିବିଆଇ ତଦନ୍ତ ପାଇଁ ଦାବି କରୁଛନ୍ତି । ସିବିଆଇ ତଦନ୍ତ ପାଇଁ ଅଭିନେତ୍ରୀ କଙ୍ଗନା ରାଣାୱତ, ଅଙ୍କିତା ଲୋଖଣ୍ଡେ ମଧ୍ୟ ଦାବି କରିଥିଲେ । ଏବେ ଦିଂବଗତ ଅଭିନେତ୍ରୀ ଜିୟା ଖାନଙ୍କ ମାଆ ରାବିୟା ଖାନ ମଧ୍ୟ ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ସେ କହିଛନ୍ତି ଯେଉଁଭଳି ଭାବରେ ତାଙ୍କ ଝିଅର ମୃତ୍ୟୁକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା ଠିକ୍ ସେହିଭଳି ସୁଶାନ୍ତଙ୍କ ମାମଲାରେ ମଧ୍ୟ ହେଉଛି । ତାଙ୍କ ଝିଅକୁ ହତ୍ୟା ପାଇଁ ପ୍ରବର୍ତ୍ତା ଯାଇଥିଲା ହେଲେ ଝିଅର ମୃତ୍ୟୁକୁ ଆତ୍ମହତ୍ୟା କୁହାଗଲା । ସୁଶାନ୍ତଙ୍କ ମାମଲାରେ ସିବିଆଇ ତଦନ୍ତ ପାଇଁ ଦାବି କରି ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରିଛନ୍ତି ରାବିୟା । ସିବିଆଇ ଘଟଣାର ତଦନ୍ତ କରୁ ସତ ସାମ୍ନାକୁ ଆସିବ । ଜିୟାଙ୍କ ପରି ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଛି ।

Leave A Reply

Your email address will not be published.