Latest Odisha News

BREAKING NEWS

ଗୋଆର ୧୪ ବର୍ଷୀୟ ଲିୟୋନ ହେଲେ ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ନୂଆଦିଲ୍ଲୀ: ଗୋଆର ୧୪ ବର୍ଷୀୟ ଯୁବ ଚେସ୍ ଖେଳାଳି ଲିୟୋନ ମେଣ୍ଡୋକା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର ନର୍ମ ହାସଲ କରିଛନ୍ତି । ଏହା ପୂର୍ବରୁ ଅକ୍ଟୋବରରେ ରିଜୋ ଚେସ୍ ଟୁର୍ଣ୍ଣାମେଂଟ, ନଭେମ୍ବରରେ ବୁଡାପେଷ୍ଟରେ ଓ ଏବେ ଇଟାଲୀରେ ଭେରଜାନି କପରେ ଭଲ ପ୍ରଦର୍ଶନ କରି ଏହି କୀର୍ତିମାନ ହାସଲ କରିଛନ୍ତି ।

କରୋନା ମହାମାରୀ ଯୋଗୁ ମେଣ୍ଡୋକା ଓ ତାଙ୍କ ବାପା ଲିଣ୍ଡୋନ ମାର୍ଚ୍ଚରେ ୟୁରୋପରୁ ଆଉ ଆସିପାରି ନ ଥିଲେ । ସମୟ କାଟିବା ପାଇଁ ସେ କେତେକ ଟୁର୍ଣ୍ଣାମେଂଟରେ ଭାଗ ନେଇଥିଲେ । ମାର୍ଚ୍ଚରୁ ଡିସେମ୍ବର ମଧ୍ୟରେ ୧୬ ଟୁର୍ଣ୍ଣାମେଂଟ ଖେଳି ୨୫୪୪ ଇଏଲଓ ରେଟିଂ ପଂଏଟ ହାସଲ କରି ନେଇଥିଲେ । ଗ୍ରାଣ୍ଡ ମାଷ୍ଟର ନର୍ମ ପାଇବା ପରେ ସେ ଏହାର ଶ୍ରେୟ ବାପା,କୋଚ ବିଶୁ ପ୍ରସନ୍ନା ଏବଂ ପ୍ରାୟୋଜକଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.