Latest Odisha News

BREAKING NEWS

ଭାରତ-ଶ୍ରୀଲଙ୍କା ମ୍ୟାଚରେ ଏହି ରେକର୍ଡ ଉପରେ ରହିବ ନଜର

ମୁମ୍ବାଇ: ଚଳିତ ବିଶ୍ୱକପ କ୍ରିକେଟରେ ଗୁରୁବାର ହେବାକୁ ଥିବା ଭାରତ-ଶ୍ରୀଲଙ୍କା ମ୍ୟାଚରେ ଏହି ରେକର୍ଡ ଉପରେ ନଜର ରହିବ । ଓଭରାଲ ଭାରତ ପଲା ଭାରୀ ଥିବା ବେଳେ ବିଶ୍ୱକପରେ ଶ୍ରୀଲଙ୍କା ଟିମ ଇଣ୍ଡିଆକୁ ନାକେଦମ କରିଛି । ଜବରଦସ୍ତ ଫର୍ମରେ ଥିବା ବିରାଟ କୋହଲି ଏହି ମ୍ୟାଚରେ ଶତକ ହାସଲ କରି ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକ ରେକର୍ଡର ସମକକ୍ଷ ହେବେ । ସଚିନ ୪୯ ଶତକ ମାରିବା ପାଇଁ ୪୬୩ ଦିନିକିଆ ମ୍ୟାଚ ଖେଳିଥିବା ବେଳେ କୋହଲି ୨୮୬ ମ୍ୟାଚରେ ଏହି ଉପଲବ୍ଧି ହାସଲ କରିବାକୁ ଯାଉଛନ୍ତି । ୨୦୨୩ରେ ଏକ ହଜାର ରନ ଏବଂ ବିଶ୍ୱକପରେ ସେ ଗୋଟିଏ ଶତକ ଏବଂ ୩ଟି ଅର୍ଦ୍ଧଶତକ ମାରି ସାରିଛନ୍ତ ।

ରୋହିତ ଶର୍ମା ୱାଙ୍ଖେଡରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବେ । ଘରୋଇ ପିଚ ହୋଇଥିବା ସତ୍ୱେ ସେ ଏଠାରେ ୩ଟି ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ମାତ୍ର ୪୬ ରନ କରିଛନ୍ତି । ୨୦ ତାଙ୍କର ସର୍ବାଧିକ ସ୍କୋର ରହିଛି । ଶ୍ରୀଲଙ୍କାର ଉଦୀୟମାନ ବ୍ୟାଟ୍ସମ୍ୟାନ ଆନ୍ତର୍ଜାତୀୟ କ୍ରିକେଟରେ ଏହି ମ୍ୟାଚ ମାଧ୍ୟମରେ ୧୦୦୦ ରନ ପୂର୍ଣ୍ଣ କରିବାକୁ ଯାଉଛନ୍ତି । ଏଥିପାଇଁ ତାଙ୍କୁ ଆଉ ୫୬ ରନ ଆବଶ୍ୟକ । ବିଶ୍ୱକପରେ ସେ ୬ ମ୍ୟାଚରେ ୩୩୧ ରନ କରିଛନ୍ତି ।

Leave A Reply

Your email address will not be published.