Latest Odisha News

BREAKING NEWS

ଦିଲ୍ଲୀ ଚାଲାଣ ବେଳେ ୧୪୦ କିଲୋ ଗଞ୍ଜେଇ ଜବତ, ୩ ଗିରଫ

କଟକ: ଓଡ଼ିଶାରୁ ଦେଶ ବିଭିନ୍ନ ରାଜ୍ୟକୁ ବଢୁଛି ଗଞ୍ଜେଇ ଚୋରା ଚାଲାଣ । କୋରାପୁଟରୁ ଦିଲ୍ଲୀ ଚାଲାଣ ବେଳେ ୧କ୍ୱିଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏକ ବିଳାସପୂର୍ଣ ଗାଡ଼ିରେ ଚାଲାଣ ହେଉଥିଲା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି ।

କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ କଟକ ଚଣ୍ଡିଖୋଲ ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ହୋଣ୍ଡା ସିଟି କାର୍ ଉପରେ ସନ୍ଦେହ ହୋଇଥିଲା । ନିର୍ଗୁଣ୍ଡି ନିକଟରେ ଅତର୍କିତ ଭାବରେ ଗାଡି ଉପରେ ଚଢ଼ାଉ ବେଳେ ସାମନାକୁ ଆସିଥିଲା ସତ । ଗାଡ଼ି ଭିତରେ ବିପୁଳ ପରିମାଣର ଗଞ୍ଜେଇ ଥିଲା । ଗାଡ଼ି ଓ ଗଞ୍ଜେଇକୁ ଜବତ କରିବା ସହ ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.