Latest Odisha News

BREAKING NEWS

India’s Richest Actors: କମିଲା କିଙ୍ଗ୍ ଖାନଙ୍କ ସମ୍ପତ୍ତି, ତଥାପି ୧୦ କୋଟିର ମାଲିକ! ଜାଣନ୍ତୁ ଭାରତର ନମ୍ବର-୧ ଧନୀ ଅଭିନେତା କିଏ?

ମୁମ୍ବାଇ: ଭାରତୀୟ ସିନେମାର ଷ୍ଟାର୍‌ମାନଙ୍କ ମଧ୍ୟରେ କିଏ ସବୁଠୁ ଧନୀ? ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆଣିଛି ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୬। ତାଲିକା ଅନୁସାରେ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହରୁଖ ଖାନ୍‌ ଭାରତର ସବୁଠୁ ଧନୀ ଅଭିନେତା ଭାବେ ଶୀର୍ଷରେ ରହିଛନ୍ତି। ତାଙ୍କ ଆନୁମାନିକ ସମ୍ପତ୍ତି ୧୦,୦୦୦ କୋଟି ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି।

ବିଶେଷ କଥା ହେଉଛି, ୨୦୨୩ ପରଠାରୁ ଶାହରୁଖଙ୍କ କୌଣସି ଫିଲ୍ମ ସିନେମା ହଲ୍‌ରେ ରିଲିଜ୍‌ ହୋଇନାହିଁ। ତଥାପି ସେ ଧନୀ ଅଭିନେତାଙ୍କ ତାଲିକାରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ତେବେ ୨୦୨୫ରେ ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟରେ ତାଙ୍କ ସମ୍ପତ୍ତି ୧୨,୪୯୦ କୋଟି ଟଙ୍କା ଆକଳନ କରାଯାଇଥିଲା। ଏଥର ଏହା ପ୍ରାୟ ୨୦ ପ୍ରତିଶତ କମିଛି। ଏହାପୂର୍ବରୁ ହୁରୁନ୍‌ ଗ୍ଲୋବାଲ୍‌ ରିଚ୍‌ ଲିଷ୍ଟରେ ଶାହରୁଖଙ୍କ ସମ୍ପତ୍ତି ପ୍ରାୟ ୧୦,୮୦୦ କୋଟି ଟଙ୍କା ଆକଳନ କରାଯାଇଥିଲା।

ଶାହରୁଖଙ୍କ ଆୟ କେବଳ ଅଭିନୟରୁ ନୁହେଁ। ତାଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କ ସହ ମିଶି ଚଳାଉଥିବା ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଫିଲ୍ମ ପ୍ରଡକ୍ସନ୍‌ ଓ ଭିଜୁଆଲ୍‌ ଇଫେକ୍ଟ୍ସ କ୍ଷେତ୍ରରେ କାମ କରୁଛି। ଏହା ବ୍ୟତୀତ ନାଇଡ୍ ରାଇଡର୍ସ ସ୍ପୋର୍ଟ୍ସ ମାଧ୍ୟମରେ ସେ କ୍ରିକେଟ୍‌ ଫ୍ରାଞ୍ଚାଇଜିରେ ମଧ୍ୟ ନିବେଶ କରିଛନ୍ତି। IPLର କୋଲକାତା ନାଇଟ୍‌ ରାଇଡର୍ସ ସହ ଅନ୍ୟ ଅନ୍ତର୍ଜାତୀୟ ଟିମ୍‌ରେ ମଧ୍ୟ ଏହି ଗ୍ରୁପ୍‌ର ଅଂଶୀଦାରିତ୍ୱ ରହିଛି। ଫିଲ୍ମ ବ୍ୟତୀତ ବ୍ରାଣ୍ଡ୍‌ ଏଣ୍ଡୋର୍ସମେଣ୍ଟ ମଧ୍ୟ ତାଙ୍କ ଆୟର ଏକ ମୁଖ୍ୟ ଅଂଶ।

ଏହି ତାଲିକାରେ ୪,୦୦୦ କୋଟି ଟଙ୍କା ଆନୁମାନିକ ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ। ୨୦୨୫ର ହୁରୁନ୍‌ ତାଲିକାରେ ତାଙ୍କ ସମ୍ପତ୍ତି ୧,୬୩୦ କୋଟି ଟଙ୍କା ଆକଳନ କରାଯାଇଥିଲା। ତାଙ୍କ ଫିଲ୍ମ କ୍ୟାରିୟର ସହ ନିବେଶ, ରିଅଲ୍‌ ଇଷ୍ଟେଟ୍‌ ଓ ଅନ୍ୟ ସମ୍ପତ୍ତି ତାଙ୍କ ମୋଟ ଧନରେ ଯୋଗ ଦେଇଛି।

୩,୦୦୦ କୋଟି ଟଙ୍କା ସମ୍ପତ୍ତି ସହ ସଲମାନ ଖାନ୍‌ ତୃତୀୟ ସ୍ଥାନରେ ଅଛନ୍ତି। ଫିଲ୍ମ, ବ୍ରାଣ୍ଡ୍‌ ଏଣ୍ଡୋର୍ସମେଣ୍ଟ, ଟେଲିଭିଜନ୍‌ ଓ ବିଭିନ୍ନ ବ୍ୟବସାୟ ତାଙ୍କ ଆୟର ମୁଖ୍ୟ ଉତ୍ସ। ଚତୁର୍ଥ ସ୍ଥାନରେ ଥିବା ହ୍ରିତିକ୍‌ ରୋଶନ୍‌ଙ୍କ ଆନୁମାନିକ ସମ୍ପତ୍ତି ୨,୫୦୦ କୋଟି ଟଙ୍କା। ୨୦୨୫ରେ ଏହା ୨,୧୬୦ କୋଟି ଟଙ୍କା ଥିଲା। ଫିଲ୍ମ ଓ ବ୍ରାଣ୍ଡ୍‌ ବ୍ୟତୀତ ତାଙ୍କ ଫିଟନେସ୍‌ ଓ ଲାଇଫ୍‌ଷ୍ଟାଇଲ୍‌ ବ୍ରାଣ୍ଡ୍‌ HRX ମଧ୍ୟ ତାଙ୍କ ବ୍ୟବସାୟର ଏକ ବଡ଼ ଅଂଶ।

୨୦୨୩ରେ ଶାହରୁଖ ଖାନ୍‌ଙ୍କ ‘ପଠାନ୍‌’, ‘ଜୱାନ୍‌’ ଓ ‘ଡଙ୍କି’ ରିଲିଜ୍‌ ହୋଇଥିଲା। ତିନୋଟି ଫିଲ୍ମ ହିଁ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲା। ଏବେ ଫ୍ୟାନ୍ସଙ୍କ ନଜର ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍‌’ ଉପରେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହରୁଖଙ୍କ ସହ ତାଙ୍କ ଝିଅ ସୁହାନା ଖାନ୍‌ ମଧ୍ୟ ଅଭିନୟ କରୁଛନ୍ତି। ରିପୋର୍ଟ ଅନୁସାରେ ଫିଲ୍ମଟି ଡିସେମ୍ବର ୨୪ରେ ସିନେମା ହଲ୍‌କୁ ଆସିବ।

Leave A Reply

Your email address will not be published.