Latest Odisha News

BREAKING NEWS

ଜୀବନ ନେଉଛି ବିଷାକ୍ତ ମଦ; ୧୫ ମୃତ, ୧୮୦ରୁ ଊର୍ଦ୍ଧ୍ବ ହସ୍ପିଟାଲରେ ଭର୍ତ୍ତି 

ନୂଆଦିଲ୍ଲୀ: ମଣିପୁରର ଚାନ୍ଦେଲ ଜିଲ୍ଲାରେ ନକଲି ମଦ ପିଇବା ପରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୮୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୪୮ ଘଣ୍ଟା ମଧ୍ୟରେ ଏହି ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ଏକ ଜନସ୍ୱାସ୍ଥ୍ୟ ପରାମର୍ଶ ଜାରି କରିଛି ଯେଉଁଥିରେ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।

ପୋଲିସ ଅନୁଯାୟୀ, କିଛି ଲୋକଙ୍କର ଘରେ ମୃତ୍ୟୁ ହୋଇଥିଲା, ଯେତେବେଳେ କି ଅନ୍ୟମାନେ ହସ୍ପିଟାଲକୁ ଯିବା ବାଟରେ କିମ୍ବା ଚାକପିକାରୋଙ୍ଗର କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି)ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ଚାନ୍ଦେଲର ଡେପୁଟି କମିଶନର ଏନେଇ ଏକ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରିଛନ୍ତି। ପ୍ରଶାସନ କହିଛି ଯେ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏନେଇ ତଦନ୍ତ ଚାଲିଛି।

ଲୋକମାନଙ୍କୁ ସ୍ଥାନୀୟ ଉତ୍ପାଦିତ ମଦ ଏବଂ ସନ୍ଦେହଜନକ ଉତ୍ସରୁ କିଣାଯାଇଥିବା ମଦ୍ୟପାନ ନକରିବାକୁ ପରାମର୍ଶ ଦିଆଯାଇଛି। ମଦ୍ୟପାନ ପରେ ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଦୃଷ୍ଟି ଅସ୍ପଷ୍ଟତା କିମ୍ବା ନିଶ୍ୱାସ ନେବାରେ କଷ୍ଟ ଭଳି ଲକ୍ଷଣ ଅନୁଭବ କରୁଥିବା ବ୍ୟକ୍ତି ତୁରନ୍ତ ଡାକ୍ତରୀ ପରାମର୍ଶ ନେବା ଉଚିତ।

ମଣିପୁର ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ ଇମ୍ଫାଲର ଶିଜା ହସ୍ପିଟାଲ ଏବଂ ଗବେଷଣା ପ୍ରତିଷ୍ଠାନ ଓ ବାବିନ ହସ୍ପିଟାଲ ପରିଦର୍ଶନ କରିଥିଲେ। ସେ ସେଠାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ଡାକ୍ତରଙ୍କ ସହିତ ଚିକିତ୍ସା ସ୍ଥିତି ବିଷୟରେ ଆଲୋଚନା କରିଥିଲେ। ଯାହା ପରେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ।

 

 

Leave A Reply

Your email address will not be published.