Latest Odisha News

ଅନୁଗୋଳ ଜିଲ୍ଲାରୁ ଆଉ ୧୫ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୋଳ: ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୫ ଜଣ ନୂଆ କରୋନା ଆକ୍ରାନ୍ତ । ବଅଁରପାଳ ବ୍ଲକରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ କିଶୋରନଗର ବ୍ଲକରୁ ୬, ତାଳଚେର ବ୍ଲକରୁ ଦୁଇ ଜଣ ଓ ପାଲଲହଡ଼ା ବ୍ଲକରୁ ଜଣେ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଅନୁଗୋଳ ଜିଲ୍ଲାପାଳ ।

୧୫ ଜଣଙ୍କ ପାଖରେ କରୋନା ଲକ୍ଷଣ ନଥିଲା । ବଅଁରପାଳ ଅଞ୍ଚଳରୁ ଚିହ୍ନଟ ୩ ଜଣ ପୁଣେ, ବିହାର ଓ ଜମ୍ମୁ କାଶ୍ମୀରରୁ ଫେରିଥିଲେ । ସେହିପରି କିଶୋରନଗର ବ୍ଲକର ୪ ଜଣ ଆକ୍ରାନ୍ତ ପଞ୍ଜାବ ଫେରନ୍ତା । ତାଳଚେର ଜଣେ ସଂକ୍ରମିତ ହାଇଦ୍ରାବାରୁ ଫେରିଥିଲେ ।

ଆସନ୍ତାକାଲି ସୁଦ୍ଧା ସମସ୍ତ ଆକ୍ରାନ୍ତଙ୍କ ତାଳଚେର ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ନୂଆ ସଂକ୍ରମିତଙ୍କୁ ମିଶାଇ ଅନୁଗୋଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.