Latest Odisha News

BREAKING NEWS

ରାଜ କୁନ୍ଦ୍ରାଙ୍କ ଉପରେ ହେବ ବାୟୋପିକ୍, ମୁଖ୍ୟ ଭୂମିକାରେ ନଜର ଆସିବେ ଶିଳ୍ପାଙ୍କ ସ୍ୱାମୀ

ମୁମ୍ବାଇ: ବଲିଉଡ ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଏକ ଅଶ୍ଳୀଳ ମାମଲାରେ ଜଡ଼ିତ ହୋଇଛି। ଏହି ମାମଲାରେ ତାଙ୍କୁ ଦୁଇ ମାସ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ରାଜ କୁନ୍ଦ୍ରାଙ୍କ ସହ ଜଡ଼ିତ ଏହି ହାଇ ପ୍ରୋଫାଇଲ ମାମଲାକୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ, ଏହି ପୂରା ଘଟଣା ଫିଲ୍ମର ରଙ୍ଗୀନ ପରଦାରେ ପ୍ରଦର୍ଶିତ ହେବ। ଏଥିରେ କୁନ୍ଦ୍ରା ନିଜେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଫରାହ ଖାନ ରାଜ କୁନ୍ଦ୍ରାଙ୍କ ଉପରେ ବାୟୋପିକ୍ କରିବାକୁ ଯାଉଛନ୍ତି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଫରାହ ଖାନ କହୁଛନ୍ତି, “ବନ୍ଧୁ ମୁନାୱାର, ମୋତେ କିଛି ଆଇଡିଆ ଦିଅ। ଏହା ଉପରେ ସେ ମୁନାୱାର କୁହନ୍ତି, ଆମେ ବାୟୋପିକ୍ କରିବା। ଫରାହ କହୁଛନ୍ତି, ହଁ ବାୟୋପିକ୍ ଆଜିକାଲି ବହୁତ ଚାଲିଛି। ଏହା ଉପରେ ମୁନାୱାର୍ ଫାରୁକି କୁହନ୍ତି ଯେ ରାଜ କୁନ୍ଦ୍ରାଙ୍କ ଉପରେ କରିବା। ଫରାହ କୁହନ୍ତି, ତାଙ୍କ ଚଳଚ୍ଚିତ୍ର ଶିଳ୍ପା ଶେଟ୍ଟୀ ମଧ୍ୟ ଦେଖିବେ ନାହିଁ। ତା’ପରେ ମୁନାୱାର୍ ଫାରୁକି କୁହନ୍ତି ‘ତିସ୍ ମାର୍ ଖାନ୍ ୨’ ନିର୍ମାଣ କରିବା।” ଏହା ପରେ ଭିଡିଓ ସମାପ୍ତ ହୋଇଯାଉଛି। ଯାହାର ଶେଷରେ ଏହା ଲେଖାଯାଇଛି- ଟୁ ବି କନଟିନ୍ୟୁ..

ୱାର୍କ ଫ୍ରଣ୍ଟ ବିଷୟରେ ଆଲୋଚନା କରି ଫରାହ ଶେଷ ଥର ପାଇଁ ୨୦୧୪ ଚଳଚ୍ଚିତ୍ର ‘ହେପି ନ୍ୟୁ ୟର୍’ ନିର୍ଦ୍ଦେଶନା ଦେଇଥିଲେ। ସେବେଠାରୁ ସେ ଏପର୍ଯ୍ୟନ୍ତ ଗୋଟେ ବି ନୂଆ ଫିଲ୍ମ ନିର୍ମାଣ କରିନାହାଁନ୍ତି। ଯଦିଓ ଏହି ସମୟରେ ସେ କୋରିଓଗ୍ରାଫି ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ଥିଲେ। ଶିଲ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିଷୟରେ ଯଦି ଆଲୋଚନା କରିବା ତେବେ ସେ ୨୦୨୧ ମସିହାରେ ଏକ ଅଶ୍ଳୀଳ ପୋର୍ଣ୍ଣୋଗ୍ରାଫି ମାମଲାରେ ଗିରଫ ହୋଇଥିଲେ। ସେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ବିଭିନ୍ନ ଆପରେ ବିତରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ରାଜ କୁନ୍ଦ୍ରାଙ୍କୁ ମଧ୍ୟ ଜେଲରେ ରହିବାକୁ ପଡିଥିଲା। ଜେଲରୁ ମୁକ୍ତ ହେବା ପରଠାରୁ ରାଜ କୁନ୍ଦ୍ରା ସବୁବେଳେ ମାସ୍କ ସାହାଯ୍ୟରେ ମୁହଁ ଲୁଚାଇଥିବାର ଦେଖାଯାଏ।

Leave A Reply

Your email address will not be published.