ଭୁବନେଶ୍ୱର: ୧୬ ଜିଲ୍ଲାରେ ପ୍ରବଳ ବର୍ଷିବ । ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଝାଡଖଣ୍ଡ ଓ ଏହାର ଆଖପାଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ମୟୂରଭଂଜ, କେନ୍ଦୁଝର ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ତା ସହିତ ଅନ୍ୟ କେତେକ ଜିଲ୍ଲାରେ ମଧ୍ୟ ଘୂର୍ଣ୍ଣିଝଡ଼ ଓ ବର୍ଷା ସହିତ ବଜ୍ରପାତର ଆଶଙ୍କା ଥିବା କୁହାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ସମ୍ବଲପୁର, ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, କୋରାପୁଟ, କଟକ, ଖୋର୍ଦ୍ଧା।
Comments are closed.