Latest Odisha News

BREAKING NEWS

ଟ୍ରେନରେ ଲାଗିଲା ନିଆଁ, ୧୬ରୁ ଅଧିକ ଯାତ୍ରୀ ମୃତ

ଇସଲାମାବାଦ: ପାକିସ୍ତାନର କରାଚିରୁ ରାୱଲପିଣ୍ଡି ଅଭିମୁଖେ ଯାଉଥିବା ତେଜଗମ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ଯାହାଫଳରେ ୧୬ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି ।

ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ଟ୍ରେନଟି ଦୈନିକ କରାଚିରୁ ରାୱଲପିଣ୍ଡି ଅଭିମୁଖେ ଗସ୍ତ କରିଥାଏ । ଲିୟାକତପୁର ନିକଟ ରହିମ୍ ୟାର୍ ଖାନ୍ ଠାରେ କୌଣସି କାରଣବଶତଃ ଉକ୍ତ ଟ୍ରେନରେ ଲାଗିଯାଇଥିଲା । ଯାହା ଫଳରେ ଟ୍ରେନରେ ଥିବା ଯାତ୍ରୀମାନେ ଏକପ୍ରକାର ଅଣନିଶ୍ୱାସୀ ହୋଇପଡିଥିଲେ ।

ତେବେ ଟ୍ରେନର ଯେଉଁ ୩ଟି ବଗିରେ ନିଆଁ ଲାଗିଛି, ସେଥିରେ କେତେ ଯାତ୍ରୀ ଥିଲେ ସେନେଇ ସ୍ପଷ୍ଟ ସୂଚନା ମିଳିପାରିନଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.