Latest Odisha News

BREAKING NEWS

ବିଶ୍ୱର ୨୦୦ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଚଙ୍ଗେଜ ଖାଁଙ୍କ ବଂଶଜ !

ଭୁବନେଶ୍ୱର: ଇତିହାସର ସବୁଠାରୁ ନୃଶଂସ ଏବଂ କ୍ଷମତାଲୋଭୀ ରାଜା ଭାବେ ଚଙ୍ଗେଜ ଖାଁଙ୍କୁ କିଏ ବା ନ ଜାଣେ । ଏହି ନିର୍ଦ୍ଦୟୀ, ହତ୍ୟାକାରୀ ଯେଉଁ ସ୍ଥାନ ଅଧିକାର କରୁଥିଲା ସେଠାରେ ମଣିଷର କଟା ମୁଣ୍ଡ ଗଦେଇ ହୋଇ ପଡୁଥିଲା । ଏହା ପରେ ଆରମ୍ଭ ହେଉଥିଲା ମାନବିକତା ନାମକ ଶବ୍ଦର ହତ୍ୟା । ଉକ୍ତ ଅଂଚଳର ସୁନ୍ଦରୀ ମହିଳାମାନଙ୍କୁ ହରମରେ ସାମିଲ କରାଯାଉଥିବା ବେଳେ ଅନ୍ୟମାନଙ୍କୁ ହତ୍ୟା କରାଯାଉଥିଲା । ଚଙ୍ଗେଜ ଖାଁଙ୍କ ଶହ ଶହ ତଥାକଥିତ ପତ୍ନୀ ଥିଲେ । ସେମାନଙ୍କଠାରୁ ୨୦୦ ପୁତ୍ରର ବାପା ହୋଇଥିଲା ଏହି ନୃଶଂସ ମଙ୍ଗୋଲିଆ ରାଜା । ଦି ଆମେରିକାନ ଜର୍ଣ୍ଣାଲ ଅଫ ହ୍ୟୁମାନ ଜେନେଟିକ୍ସରେ ୨୦୦୩ରେ ପ୍ରକାଶିତ ଏକ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଏହା ଅନୁସାରେ ବିଶ୍ୱର ୧.୬ କୋଟି ପୁରୁଷଙ୍କ ଶରୀରରେ ଚେଙ୍ଗେଜଙ୍କ ଡିଏନଏ ମିଳିଛି । ତା ମାନେ ୨୦୦ ପୁରୁଷଙ୍କ ମଧ୍ୟରୁ ଜଣେ ତାର ବଂଶଜ । ତାଙ୍କ ୨୦୦ ପୁତ୍ର ଅନେକଗୁଡିଏ ସାମ୍ରାଜ୍ୟର ଅଧିକାରୀ ହେବା ସହ ଅନେକଗୁଡିଲ ହରାମ ପ୍ରସ୍ତୁତ କରିଥିଲେ । ମଙ୍ଗୋଲିଆ ସାମ୍ରାଜ୍ୟର ସୀମାରେ ରହୁଥିବା ୮ ପ୍ରତିଶତ ବ୍ୟକ୍ତିଙ୍କ ନିକଟରେ ମଧ୍ୟ ଉପରୋକ୍ତ ପ୍ରମାଣ ମିଳିଛି ।

BjdElectrycity

ରୁଷିଆ, ପାକିସ୍ତାନ ଓ ଚୀନରେ ତାଙ୍କ ବଂଶଜଙ୍କ ସଂଖ୍ୟା ଅଧିକ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୧୧୬୨ରେ ଜନ୍ମ ଗ୍ରହଣ କରିଥିବା ଚେଙ୍ଗେଜ ଏବେକାର ମସ୍କୋରୁ ବେଜିଂ ପର୍ଯ୍ୟନ୍ତ ତାର ସାମ୍ରାଜ୍ୟ ବିସ୍ତାର କରିଥିଲା । ତାଙ୍କ ବାପା ଏକ କବିଲାର ସର୍ଦ୍ଦାର ଥିଲେ । ଯେବେଠାରୁ ଚେଙ୍ଗେଜ ଏହାର ଦାୟିତ୍ୱ ନେଲେ ସେବେଠାରୁ ଏହା ବିସ୍ତାର କରିବାରେ ଲାଗିଲା । ଚେଙ୍ଗେଜଙ୍କ ମୃତ୍ୟୁ ମଧ୍ୟ ଏବେ ବି ରହସ୍ୟବୃତ ହୋଇ ରହିଛି । କେତେକଙ୍କ ମତରେ ଯୁଦ୍ଧରେ ଗୁରୁତର ଆହତ ହେବା ପରେ ସେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟମାନେ ପ୍ଲେଗ ଯୋଗୁ ସେ ଆରପାରିକୁ ଯାଇଥିଲେ ବୋଲି କୁହାଯାଇଛି । ଦୁନିଆ ଉପରେ ଜୋର ଜବରଦସ୍ତ କବଜା କରି ଅପ୍ରାକୃତିକ ପରିବାର ସୃଷ୍ଟି କରି ସମାଜକୁ କଳଙ୍କ କରିଥିବା ଚେଙ୍କେଜଙ୍କ କବର ମଧ୍ୟ କେଉଁଠାରେ ତାହା ବି ସ୍ପଷ୍ଟ ହୋଇପାରିନି । ମୃତ୍ୟୁ ବେଳେ ତାଙ୍କ ବଂଶଜର କେହି ଉପସ୍ଥିତ ନ ଥିଲେ । ସେ ପ୍ରକୃତରେ ମୁସଲମାନ ଥିଲେ କି ନାହିଁ ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି । ପ୍ରକୃତି ଓ ସମାଜ ସହ ନାରକୀୟ ଖେଳ ଖେଳିଥିବା ଏହି ନିଷ୍ଠୁର ରାଜା ଶେଷ ବେଳକୁ ଅସହାୟ ଭାବେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲା ।

Leave A Reply

Your email address will not be published.