Latest Odisha News

BREAKING NEWS

ବ୍ରହ୍ମପୁରରେ ବନ୍ଦ ଘରୁ ନେଇଗଲେ ୬ଶହ ଗ୍ରାମ୍‌ ସୁନା, ୧୧ ଲକ୍ଷ ଟଙ୍କା

 

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୁଣି ଥରେ ମାତିଛନ୍ତି ଚୋର ଦଳ । ତାଲା ବନ୍ଦ ଘରୁ ପ୍ରାୟ ୬ଶହ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ସହ ନଗଦ ୧୧ ଲକ୍ଷ ଟଙ୍କା ଓ କିଛି ରୂପା ଅଳଙ୍କାର ଚୋରି କରିନେଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସୋମନାଥନଗର ତୃତୀୟ ଲେନ୍‌ରେ ରହୁଥିବା ବୃଦ୍ଧା ସୁଲୋଚନା ପାତ୍ର ଗତ ୨୯ ତାରିଖରେ ଭୁବନେଶ୍ବର ନିଜ ଭାଇଙ୍କ ପାଖକୁ ଯାଇଥିଲେ । ଗତ ୫ ତାରିଖ ସକାଳୁ ତାଙ୍କ ଘରର ଫାଟକର ତାଲା ଭଙ୍ଗା ଯାଇଥିବା ନେଇ ସମ୍ମୁଖ ଘରଲୋକ ଦେଖି ସୁଲୋଚନାଙ୍କୁ ଫୋନ୍‌ କରିଥିଲେ । ଏହା ଶୁଣିବା ପରେ ସୁଲୋଚନା ଫେରିଥିଲେ । ଘରର ଉପର ଓ ତଳ ମହଲାର ଉଭୟ କବାଟର ତାଲା ଭଙ୍ଗା ଯାଇଥିଲା। ଘର ଭିତରେ ଥିବା ଆଲମୀରା, ଟିଣ ବକ୍ସ, ଠାକୁର ଘର, ଶୋଇବା ଘରର କାନ୍ଥ ଆଲମୀରା ମଧ୍ୟ ଭଙ୍ଗା ହୋଇଥିଲା । ସାମଗ୍ରୀ ସବୁ ବାହାରେ ପଡ଼ିଥିଲା । ନଗଦ ପ୍ରାୟ ୧୧ ଲକ୍ଷ ଟଙ୍କା ସହ ୬୦୦ ଗ୍ରାମ ଓଜନର ସୁନା ଅଳଙ୍କାର ୫୦୦ ଗ୍ରାମ ରୂପା ଅଳଙ୍କାର ଚୋରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ଚୋରି ସୁନା ଅଳଙ୍କାର ଭିତରେ ୪୦ ଗ୍ରାମ ଓଜନର ଗୋଟିଏ ବିସ୍କେଟ୍‌, ୧୦ଟି ଚେନ, ୨ଟି କଏନ, ୩ଟି ହାର, ୫ ଯୋଡା କାନଫୁଲ, ୮ଟି ମୁଦୀ, ୧୦ଟି ପୋହଳା, ୮ଟି ରୁଲି, ୧୦ଟି ଲକେଟ ରହିଛି । ଏନେଇ ସୁଲୋଚନା ବ୍ରହ୍ମପୁର ଟାଉନ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ବୁଧବାର ଥାନାରେ ୨୪୫/୨୨ରେ ଏକ ମାମଲା ରୁଜୁ ହୋଇଛି। ବୁଧବାର ଟାଉନ ଥାନା ପୋଲିସ, ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ଦଳ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସହର ଭିତରେ ଏତେ ବଡ ଚୋରି ଘଟଣାକୁ ଗୁରୁତର ସହ ନେଇଛି ପୋଲିସ୍‌ । ଚୋରଙ୍କୁ ଧରିବାକୁ ଏକାଧିକ ପୁଲିସ ଦଳ ଗଠନ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.