Latest Odisha News

BREAKING NEWS

୧୭ ଡାକ୍ତର କରୋନା ପଜିଟିଭ; ପାଟନା

ପାଟନା: ପାଟନାରେ ଥିବା ନାଳନ୍ଦା ମେଡିକାଲ କଲେଜ ଏବଂ ହସ୍ପିଟାଲର ୧୭ ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ପଜିଟିଭ୍ ହୋଇଥିବା ସମସ୍ତ ଡାକ୍ତର ଡିସେମ୍ବର ୨୮ ରେ ପାଟନାରେ ଅନୁଷ୍ଠିତ ଭାରତୀୟ ମେଡିକାଲ୍ ଆସୋସିଏସନର ବାର୍ଷିକ ବୈଠକରେ ଯୋଗ ଦେଇଥିଲେ।

NMCH ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ୧୭ ଜଣ ଡାକ୍ତରଙ୍କ ଆଣ୍ଟିଜେନ୍ ରିପୋର୍ଟ ପଜିଟିଭ ଆସିଛି। ଏହା ପରେ ସମସ୍ତ ଡାକ୍ତରଙ୍କ RT-PCR ଟେଷ୍ଟ କରାଯାଇଥିଲା। RT-PCR ରିପୋର୍ଟ ଏପର୍ଯ୍ୟନ୍ତ ଆସିନଥିବା ଜଣାପଡ଼ିଛି।

Comments are closed.