Latest Odisha News

BREAKING NEWS

ଦେଶରେ ୧୮ ହଜାର ତଳକୁ ଖସିଲା ଦୈନିକ କର‌ୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କର‌ୋନା ସଂକ୍ରମଣ ସଂଖ୍ୟା କମୁଥିବା ବେଳେ ଦିନକର‌େ ୧୮ ହଜାରରୁ କମ୍ ପଜିଟିଭ ଚିହ୍ନଟ ହ‌ୋଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ ଦିନକର‌େ ୧୭ ହଜାର ୪୦୭ କରୋନା ସଂକ୍ରମିତ ଚିହ୍ନଟ ହ‌ୋଇଥିବା ବେଳେ ୮୯ ରୋଗୀଙ୍କର ମୃତ୍ୟୁ ଘଟିଛି।

Covid Vaccination Session To Be Held 5 Days In City And 3 Days In CHC

ଯାହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ମ‌ୋଟ୍ ୧ କୋଟି ୧୧ ଲକ୍ଷ ୩୯ ହଜାର ୫୧୬ର‌େ ପହଞ୍ଚିଥିବା ବେଳେ ଏଯାବତ୍ ୧ ଲକ୍ଷ ୫୭ ହଜାର ୪୩୫ ଜଣଙ୍କର ମୃତ୍ୟୁ ଘଟିଛି । ମୋଟ୍ ଟିକାକରଣ ୧ କୋଟି ୬୬ ଲକ୍ଷ ୧୬ ହଜାର ୦୪୮ରେ ପହଞ୍ଚିଛି।

ସେହିପରି ଆକ୍ଟିଭ କେସ୍ ୧ ଲକ୍ଷ ୭୩ ହଜାର ୪୧୩ ରହିଛି। ଏଥିସହିତ ଗତ ୨୪ ଘଣ୍ଟାର‌େ ନୂଆ ୧୪ ହଜାର ୦୩୧ ଜଣ ଆର‌ୋଗ୍ୟ ଲାଭ କରିଥିବା ବେଳ‌େ ଭାରତରେ ଏପର୍ଯ୍ୟନ୍ତ ୧ କୋଟି ୦୮ ଲକ୍ଷ ୨୬ ହଜାର ୦୭୫ କରୋନା ର‌ୋଗୀ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ କରିଛି ।

Leave A Reply

Your email address will not be published.