Latest Odisha News

ବନ୍ଦ ଘରୁ ନବବିବାହିତାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ-ଶ୍ୱଶୁର ଫେରାର

ସୁନ୍ଦରଗଡ଼: ବନ୍ଦ ଘର ଭିତରୁ ନବ ବିବାହିତାଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମୃତଦେହ । ବାହାରୁ ଘର ବନ୍ଦ ରହିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ସରସରା ଗାଁରେ । ମୃତକ ହେଲେ ବିଭୂତି ବେହେରାଙ୍କ ପତ୍ନୀ ସନ୍ଦେଶ୍ୱରୀ ।

ଘଟଣା ପରେ ମହିଳାଙ୍କ ଶ୍ୱଶୁର ମାଲୁ ବେହେରା ଓ ସ୍ୱାମୀ ବିଭୂତି ବେହେରା ଫେରାର ଅଛନ୍ତି । ଚାରି ମାସ ତଳେ ସନ୍ଦେଶ୍ୱରୀଙ୍କ ହାତ ଧରିଥିଲେ ବିଭୂତି । ଗତକାଲି ରାତିରେ ବାପା-ପୁଅ ଘର ଛାଡ଼ି ପଳାଇ ଯାଇଥିଲେ । ପଡ଼ୋଶୀଙ୍କର ସନ୍ଦେହ ହେବାରୁ ଝରକା ପଟରେ ସିନ୍ଦେଶ୍ୱରୀଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ଆଜି ସକାଳେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟା ସନ୍ଦେହ କରି ତଦନ୍ତ ଆରମ୍ଭ କରିବା ସହ ଫେରାର୍ ବାପା-ପୁଅଙ୍କୁ ଧରିବାକ ତନାଘନା ତଦନ୍ତ ଆରମ୍ଭ କରିଛି ଟିକାୟତପାଲି ଥାନା ପୋଲିସ । ବିଭୂତି ଓ ସିନ୍ଦେଶ୍ୱରୀଙ୍କ ବାହାଘରକୁ ମାସ କେଇଟା ବିତି ନଥିବା ବେଳେ ସନ୍ଦେଶ୍ୱରୀଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିଛି ।

Leave A Reply

Your email address will not be published.