ଭୁବନେଶ୍ୱର : ମକର ସଂକ୍ରାନ୍ତି ଅବସରରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ଉତ୍କଳ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପରେ ଭୁବନେଶ୍ୱର ନିକଟସ୍ଥ ନୂଆଗାଁରେ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ସାଧାରଣ ସମ୍ପାଦକ ଡ଼ା ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ବକ୍ତାମାନେ ଉତ୍କଳ ସମ୍ମିଳନୀର ପ୍ରାକ୍ତନ ସଭାପତି ଫକୀର ମୋହନ ସେନାପତିଙ୍କ ଗୁଣାବଳୀ ଏବଂ କାବ୍ୟିକ ପ୍ରତିଭାର ଦିଗ ଉପରେ ଆଲୋଚନା କରି ଓଡ଼ିଆ ଭାଷାର ଦୁର୍ଦ୍ଦିନରେ ଛ’ ମାଣ ଆଠ ଗୁଣ୍ଠ , ଲଛମା , ମାମୁଁ ପ୍ରଭୃତି ଉପନ୍ୟାସ ତଥା ପେଟେଣ୍ଟ ମେଡ଼ିସିନ ପରି ସଂସ୍କାର ମୂଳକ କ୍ଷୁଦ୍ରଗଳ୍ପ ଲେଖି ଓଡ଼ିଆ ଭାଷା ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବାରୁ ଓଡ଼ିଆ ଜାତି ତାଙ୍କ ନିକଟରେ ଚିର ଋଣୀ ହୋଇ ରହିବ ବୋଲି ମତ ରଖିଥିଲେ।
BREAKING NEWS
- ରୋହିତ ଶର୍ମାଙ୍କୁ ସୁନୀଲ ଗାଭାସ୍କର ଦେଲେ ବଡ଼ ଟାର୍ଗେଟ
- ସେହ୍ୱାଗଙ୍କ ପୁଅଙ୍କୁ ପ୍ରଦାନ କରାଗଲା ଦିଲ୍ଲୀ ଟିମର ବଡ ଦାୟିତ୍ୱ
- ଇରାନୀ କପ୍: ଜାମ୍ମୁ-କାଶ୍ମୀରକୁ ହରାଇ ଚାମ୍ପିୟନ୍ ହେଲା ରେଷ୍ଟ ଅଫ୍ ଇଣ୍ଡିଆ
- ନୟାପଲ୍ଲୀ ଦୁଷ୍କର୍ମ ଘଟଣା:ମୁଖ୍ୟଅଭିଯୁକ୍ତଙ୍କ ୨ ସହଯୋଗୀ ଗିରଫ
- India summons Pak: ପାକିସ୍ତାନରୁ ବେଆଇନ ଅନୁପ୍ରବେଶକୁ ନେଇ ଭାରତର ଦୃଢ଼ ପ୍ରତିବାଦ;ପାକ୍ ହାଇକମିଶନଙ୍କୁ ସମନ୍
- ୭ ଜଣଙ୍କୁ ‘କିଓ’ ଜୀବନବ୍ୟାପୀ ସାଧନା ସମ୍ମାନ
- ତାମିଲ ଫିଲ୍ମମେକର ସିଙ୍ଗିଥମ୍ ଶ୍ରୀନିବାସ ରାଓଙ୍କ ପରଲୋକ
- Drishyam 3: ୨ ଦିନରେ ୧୦୦ କୋଟି କ୍ଲବ୍ରେ ‘ଦୃଶ୍ୟମ ୩’! ବକ୍ସ ଅଫିସ୍ରେ ଅଜୟ ଦେବଗନଙ୍କ ଫିଲ୍ମର ଧମାକା, ୱାର୍ଲ୍ଡୱାଇଡ୍ କଲେକ୍ସନ୍ ୧୭୭ କୋଟି ପାର୍
- ଆକାଶରୁ ଖସିଲା ରହସ୍ୟମୟ ବକ୍ସ, ଇସ୍ରୋ ସହ ସମ୍ପର୍କ…
- Indians live longer: ଅସୁସ୍ଥ ଦିନ କାଟୁଛନ୍ତି ଭାରତୀୟ, ବୟସ ସହ ବଢୁଛି ରୋଗ…WHO ରିପୋର୍ଟ ଖୋଲିଲା ଆୟୁଷ୍ମାନ୍ ଭାରତର ବଡ଼ ଚିତ୍ର

Comments are closed.