Latest Odisha News

ମନପକ୍ଷୀ ଝୁରେରେ କବିତା ବହି ଉନ୍ମୋଚିତ

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଥିବା ଲୋଚାପଡ଼ା ଶକ୍ତିନଗରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଡକ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀଙ୍କ ପ୍ରଥମ ସଙ୍କଳିତ “ମନପକ୍ଷୀ ଝୁରେରେ ” କବିତା ବହିର ଉନ୍ମୋଚନ ହୋଇଯାଇଛି। ସମ୍ପୂର୍ଣ୍ଣ ଘରୋଇ ପରିବେଶରେ ଆୟୋଜିତ ଏହି ଲୋକାର୍ପଣ ଉତ୍ସବରେ ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ସଭାପତି କୃଷ୍ଣଚନ୍ଦ୍ର ଦାସ ପୌରହିତ୍ୟ କରିଥିଲେ। ଏହି ଉତ୍ସବରେ ନାଟ୍ୟ ନିର୍ଦ୍ଦେଶକ ମେଜର୍ ରମାରମଣ ପାଢ଼ୀ , ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟ ଅତିଥି ଭାବରେ ଡକ୍ଟର କୁଳମଣି ଓଝା ଓ କବି ସୁଶାନ୍ତ ଦାଶ ଯୋଗ ଦେଇଥିଲେ।

ମନପକ୍ଷୀ ଝୁରେରେ କବିତା ସଙ୍କଳନର ପ୍ରତ୍ୟେକଟି କବିତା ତରୁଣ ହୃଦୟର ଏକ ଆତ୍ମଲିପି ପରି ପ୍ରସ୍ଫୁଟିତ ହେବ ବୋଲି କବି ସୁଶାନ୍ତ ଦାସ ମତବ୍ୟକ୍ତ କରିଥିଲେ।

Leave A Reply

Your email address will not be published.