Latest Odisha News

BREAKING NEWS

ସୁଦାନ: କାରଖାନାରେ ବିସ୍ଫୋରଣ ଘଟି ୧୮ ଭାରତୀୟଙ୍କ ସମେତ ୨୩ ମୃତ

ନୂଆଦିଲ୍ଲୀ: ସୁଦାନର ସାଲୁମି ନାମକ ଏକ କାରଖାନାରେ ବୁଧବାର ଦିନ ବିସ୍ଫୋରଣ ଘଟି ୧୮ ଜଣ ଭାରତୀୟଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୁଡାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ସୁଦାନର ରାଜଧାନୀ ଖାର୍ତୁମରେ ଶିଳା ସିରାମିକ ଫ୍ୟାକ୍ଟ୍ରିରେ ଏଲପିଜି ଟ୍ୟାଙ୍କର ବିସ୍ଫୋରଣ ଘଟି ୧୮ ଭାରତୀୟଙ୍କ ମୃତ୍ୟୁ ଘଟିଛି । ବିସ୍ଫୋରଣରେ ୧୩୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଦୂତାବାସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ସଦ୍ୟ ରିପୋର୍ଟ ଅନୁସାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ନିଆଁରେ ଜଳିଯିବା କାରଣରୁ ଶବକୁ ଚହ୍ନଟ କରିବା ସମ୍ଭବପର ନୁହେଁ । ଦୂତାବାସ ହସ୍ପିଟାଲରେ ଭର୍ତ୍ତି, ନିଖୋଜ ଏବଂ ବିସ୍ଫୋରଣରେ ସମ୍ଭବତଃ ଜୀବତ ଥିବା ଭାରତୀୟଙ୍କ ସୂଚୀ ଜାରି କରିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଏ ସମ୍ପର୍କରେ ଟ୍ୱିଟ କରି ଦୁଃଖ ପ୍ରକାଶ କରିବା ସହ ଭାରତୀୟଙ୍କ ପାଇଁ ୨୪ ଘଣ୍ଟାର ଏକ ଜରୁରୀକାଳୀନ ନମ୍ୱର ମଧ୍ୟ ଜାରି କରାଯାଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.