Latest Odisha News

BREAKING NEWS

ରାଜ୍ୟ ପୁସ୍ତକ ମହୋତ୍ସବ: ଡିସେମ୍ବର ୬ରୁ ରାଜଧାନୀରେ ଆରମ୍ଭ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ଡିସେମ୍ବର ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସମେତ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଓ କଳିଙ୍ଗ ପୁସ୍ତକ ମେଳା କମିଟି ଇତ୍ୟାଦିଙ୍କ ସହଯୋଗିତାରେ ଆୟୋଜିତ ହେଉଥିବା ଏହି ପୁସ୍ତକ ମହୋତ୍ସବ ହେବ ରାଜ୍ୟର ଏକ ଅଗ୍ରଣୀ ବହିମେଳା ।

ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ଏହି ପୁସ୍ତକ ମେଳା ଆୟୋଜନ କରାଯାଇଛି । ଏଥିପାଇଁ ୫୨୦ଟି ଷ୍ଟଲ୍ ନିର୍ମାଣ କରାଯାଉଛି ।

ମେଳାରେ ଓଡ଼ିଶା ବାହାରୁ ଶତାଧିକ ପୁସ୍ତକ ପ୍ରକାଶକ ଓ ବିତରକ ମାନେ ଯୋଗ ଦେଉଛନ୍ତି । ଏହା ସହିତ ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ମାନ ମେଳାରେ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି ।

ଆୟୋଜକ ମଣ୍ଡଳୀଙ୍କଠାରୁ ମିଳିଥିବା ସୂଚବା ଅନୁସାରେ ପ୍ରତିସନ୍ଧ୍ୟାରେ ମେଳା ପରିସରରେ ସାରସ୍ୱତ ସଭା ଆୟୋଜନ କରାଯିବ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ସାହିତ୍ୟିକମାନେ ଯୋଗଦେଇ ନିଜର ବକ୍ତବ୍ୟ ରଖିବେ । ପୁସ୍ତକ ମହୋତ୍ସବକୁ ଆକର୍ଷଣୀୟ ଭାବେ ଗଢ଼ିତୋଳିବା ପାଇଁ ବ୍ୟାପକ ପ୍ରସ୍ତୁତି ଓ ପ୍ରସାର ସହ ଚିତାକର୍ଷକ ଆଲୋକସଜ୍ଜା କରାଯିବ ।

Leave A Reply

Your email address will not be published.