Latest Odisha News

BREAKING NEWS

ରାଜ୍ୟରୁ କରୋନା ନେଲା ଆଉ ୧୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଆଉ ୧୮ ଜଣଙ୍କ ଜୀବନ ନେଇଛି ପ୍ରାଣଘାତୀ କରୋନା । ଅଡିଟ୍ ପ୍ରୋସେସରେ ସେମାନଙ୍କର ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଯାଜପୁର ଓ ଗଞ୍ଜାମ ଜିଲ୍ଲାରୁ ୩ଜଣ ଲେଖାଏ ଆକ୍ରାନ୍ତ ରହିଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲାରୁ ୨ଜଣ ଓ ଢେଙ୍କାନାଳ, କଟକ, ଭଦ୍ରକ, କେନ୍ଦୁଝର, ପୁରୀ, ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ ହଜାର ୬୧୨କୁ ବୃଦ୍ଧି ପାଇଛି ।

Comments are closed, but trackbacks and pingbacks are open.