Latest Odisha News

BREAKING NEWS

ଆବାସ ଯୋଜନାରେ ଅଣଦେଖା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରତାପ ଜେନାଙ୍କ ଚିଠି

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ପୁଣି ତେଜିଲା କେନ୍ଦ୍ର-ରାଜ୍ୟ ବିବାଦ । କେନ୍ଦ୍ରର ବାରମ୍ବାର ଅବହେଳା ଓ ଅଣଦେଖା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ପଞ୍ଚାୟତିରାତ ମନ୍ତ୍ରୀ ପ୍ରତାପ ଜେନା ।

ଚିଠିରେ ଉଲ୍ଲେଖ ରହିଛି, ଆବାସ ପ୍ଲସରେ ପୂରା ୬ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରହୁ । ରାଜ୍ୟ ରୁରାଲ ହାଉସିଂ ପୋର୍ଟାଲରେ ୬ ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରହିଛି । ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲ ଓ ଆବାସ ଯୋଜନାର ତଥ୍ୟକୁ ସମକାଳୀନ କରିବାକୁ କୁହାଯାଇଛି ।

ମନ୍ତ୍ରୀ ପ୍ରତାପ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି, ୨୦୧୯ ମେ ମାସରେ କେନ୍ଦ୍ର ସରକାର ଲକ୍ଷେ ୮୪ ହଜାର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଯାହା ଏଯାଏ ପୂରଣ ହୋଇନି । ଓଡ଼ିଶାର ବଳକା ପରିବାରର ତଥ୍ୟ ଆବାସ ପୋର୍ଟାଲରେ ଅପଲୋଡ୍ କରିବାକୁ ଅନୁମତି ଦେବାକୁ ଦାବି ହୋଇଛି ।

ସେହିପରି ଚିଠିରେ ଉଲ୍ଲେଖ ରହିଛି, କର୍ଣ୍ଣାଟକକୁ ଆବାସ ପ୍ଲସରେ ଜାନୁଆରୀ ୧୩ରେ ଅନୁମତି ମିଳିଲା । କିନ୍ତୁ ଓଡ଼ିଶାକୁ ଅନୁମତି ଦିଆଯାଉନାହିଁ । ଏହା ଓଡ଼ିଶା ପ୍ରତି ଅନ୍ୟାୟ । କଈକ ଅଞ୍ଚଳରେ ଲୋକଙ୍କୁ ଅଣଦେଖା କରାଯାଉଛି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Comments are closed, but trackbacks and pingbacks are open.