Latest Odisha News

BREAKING NEWS

ରାଜ୍ୟରେ କମୁଛି କରୋନା କାୟା: ୪ହଜାର ତଳକୁ ଖସିଲା ଦୈନିକ କେସ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି ଦୈନିକ କରୋନା ସଂକ୍ରମଣ । ଆଜି ୪ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ୩ହଜାର ୩୨୯ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୧୯୩୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୩୯୫ । ୧୮ବର୍ଷ ଭିତରେ ଆଉ ୫୦୪ ଜଣ ପଜିଟିଭ୍ ବାହାରିଛନ୍ତି । ଆଜି କେବଳ ୯ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି ।

ଖୋର୍ଦ୍ଧାରେ ହଜାରେ ତଳକୁ ଖସିଛି ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାରୁ ଆଜି ଚିହ୍ନଟ ହୋଇଛନ୍ତି ୬୪୬ ପଜିଟିଭ୍ । କଟକରୁ ୨୯୩, ସୁନ୍ଦରଗଡ଼ରୁ ୨୩୭, ମୟୂରଭଞ୍ଜରୁ ୧୪୫, ବାଲେଶ୍ୱରରୁ ୧୪୧, ନୂଆପଡ଼ାରୁ ୧୨୯, ନୟାଗଡ଼ରୁ ୧୨୦, ସମ୍ୱଲପୁରରୁ ୧୧୫, କଳାହାଣ୍ଡିରୁ ଆଉ ୧୦୭ ପଜିଟିଭ୍ ବାହାରିଛନ୍ତି ।

ବାକି ୨୧ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ତଳକୁ ଖସିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୪୯ହଜାର ୨୪୦କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୧ଲକ୍ଷ ୯୩ହଜାର ୩୬୫ ଆକ୍ରାନ୍ତ । ଏବେ ରାଜ୍ୟରେ ୪୭ହଜାର ୨୧୦ ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.