Latest Odisha News

BREAKING NEWS

କରୋନା ମାଡରେ ଘାଇଲା, ଆତ୍ମସର୍ପଣ କଲେ ୧୯ ମାଓବାଦୀ

ମାଲକାନଗିରି: ଧ୍ୱସ୍ତ ହେବାରେ ଲାଗିଛି ମାଓବାଦୀଙ୍କ ମିଛ ଦମ୍ଭ । ମାଓ ଶିବିରରୁ ଛତ୍ରଭଙ୍ଗ ଦେଲେଣି ମାଓବାଦୀ । କିଛି କରୋନା ସଂକ୍ରମଣକୁ ଡରି ତ ଆଉ କିଛି ସତ୍ୟତା ହୃଦୟଙ୍ଗମ କରି ସମାଜର ମୁଖ୍ୟ ସ୍ରୋତକୁ ଫେରୁଛନ୍ତି । ମାଓବାଦୀ ଆଖ୍ୟାକୁ ଆଡେଇ ଆଜି ତେଲେଙ୍ଗାନା କୋତ୍ତାଗୁଡେମ୍ ଜିଲ୍ଲାରେ ଏକାଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ମିଳିଥିବା ରିପୋର୍ଟ ଅନୁଯାୟୀ ତିନିଜଣ ମହିଳା ମାଓବାଦୀଙ୍କ ସମେତ ୧୯ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଆଜି କୋତ୍ତାଗୁଡେମ୍ ଜିଲ୍ଲା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପିତ ନକ୍ସଲଙ୍କ ମଧ୍ୟରୁ ତିନିଜଣ ମହିଳା ମାଓବାଦୀ ପୁଲିଗୁଣ୍ଡଲା ଏରିଆ କମିଟିର ସଦସ୍ୟ ବୋଲି ଜଣାପଡିଛି । ଅନ୍ୟପଟେ ବଳକା ୧୬ ଜଣ ଚେରେଲା ଏରିଆ କମିଟିର ମିଲିସିଆ ସଦସ୍ୟ ବୋଲି କୋତ୍ତାଗୁଡେମ୍ ଏସ୍‌ପି ସୂଚନା ଦେଇଛନ୍ତି ।

ସାରା ଦେଶ ଭଳି ମାଓ ଶିବିରରେ ବି କରୋନା ସଂକ୍ରମଣ ବ୍ୟାପିଛି । ମାସକ ମଧ୍ୟରେ ବିଜାପୁର ଓ କୋତ୍ତାଗୁଡେମ ଜିଲ୍ଲାରେ ୧୦ରୁ ଅଧିକ ମାଓବାଦୀ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । କୋଭିଡ୍ ସଂକ୍ରମଣରୁ ନିଜକୁ ବଂଚାଇବା ଲାଗି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବ ବୋଲି କୋତ୍ତାଗୁଡେମ୍ ଏସ୍‌ପିଙ୍କ ନିକଟରୁ ସୂଚନା ମିଳିଛି ।

Leave A Reply

Your email address will not be published.