Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୧୬-୬-୨୦୨୧ ବୁଧବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଜୁନ ତା ୧୬ ରିଖ ବୁଧବାର ମିଥୁନ ୨ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର
ଘାତ ବାର-: କର୍କଟ ରାଶିର
ଘାତ ଚନ୍ଦ୍ର-: କର୍କଟ ଓ ମକର ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ-: ପିତା ଦ୍ରବ୍ୟ
ଆଜି ଶୀତଳ ଷଷ୍ଠୀ, ଭୂମି ଦହନ

ମେଷ
ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂରହୋଇଯିବ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି।

ପ୍ରତିକାର-ହନୁମାନଙ୍କୁ ଦର୍ଶନ କରନ୍ତୁ ତାଙ୍କ ସିନ୍ଦୂର ମଥାରେ ଲଗାନ୍ତୁ।

ବୃଷ
ଶାରୀରିକ ଅସୁସ୍ଥତା ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ସଫଳତା ମିଳିବ। ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହୋଇପାରେ। ମହିଳାମାନେ ସମ୍ମାନିତ ହେବେ।

ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ମିଥୁନ
ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ । ବିଳମ୍ବ ହେଲେ ମଧ୍ୟ ଶେଷରେ ସଫଳତା ମିଳିବ।

ପ୍ରତିକାର-କୈ।ଣସି ଅସହାୟ ବ୍ୟକ୍ତିକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

କର୍କଟ
କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ । ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।

ପ୍ରତିକାର-ଶିବଙ୍କୁ କର୍ପୂରର ଆଳତୀ କରନ୍ତୁ ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ।

ସିଂହ
ଆଜି ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ କାର୍ଯ୍ୟକୁ ତ୍ବରାନ୍ବିତ କରି ଶେଷ ପର୍ଯ୍ୟାୟରେ ପହ଼଼ଞ୍ଚାଇବେ।ଲେଖାପଢ଼ା, ଆଲୋଚନା, ସାହିତ୍ୟ କ୍ଷେତ୍ରରେ ଶୁଭ ଫଳ ମିଳିବ।

ପ୍ରତିକାର-ଓମ ନମଃ ଭଗବତେ ଶ୍ରୀ ସୂର୍ଯ୍ୟ ନାରାୟଣାୟ ଏହି ମନ୍ତ୍ରକୁ ଦଶଥର ଜପ କରନ୍ତୁ ।

କନ୍ୟା
ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍ ମାନେ ବିଜୟୀ ହେବେ।

ପ୍ରତିକାର-ଶିବଙ୍କ ପାଖରେ ପାଞ୍ଚୋଟି ତ୍ରୀଶାଖା ବେଲପତ୍ର ମହାମୃତ୍ଯୁଞ୍ଜୟ ମନ୍ତ୍ରରେ ପ୍ରଦାନ କରନ୍ତୁ।

ତୁଳା
ଆଜି ଆକସ୍ମିକ ଭାବରେ ଖର୍ଚ୍ଚର ପରିମାଣ ବଢିଯାଇପାରେ‌। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ବରାନ୍ବିତ କରିବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ।

ପ୍ରତିକାର-ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ଦଶଥର ଜପ କରନ୍ତୁ।

ବିଛା
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରିବାପାଇଁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ମିଳିବ।

ପ୍ରତିକାର-ସାତୋଟି ଲବଙ୍ଗ ପାଖରେ ରଖନ୍ତୁ।

ଧନୁ
ଆଜି ପ୍ରତ୍ୟେକ କାର୍ଯ୍ୟରେ ବାଧା ବିଘ୍ନ ଘାତ ପ୍ରତିଘାତ ଦେଖାଦେବ। ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ କାର୍ଯ୍ୟ କର୍ମରେ ଯୋଗ ଦେଇ ଅଶାନ୍ତ ମନକୁ ଈଶ୍ୱର ଭାବଧାରାରେ ଉଦ୍‌ବୁଦ୍ଧ ହେବେ।

ପ୍ରତିକାର-ପିତା ମାତାଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରନ୍ତୁ। 

ମକର
ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ଦେହ ମନ ସୁସ୍ଥ ରହିବ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

ପ୍ରତିକାର-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୧ଥର ଜପ କରନ୍ତୁ।

କୁମ୍ଭ
କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବହୁ ଦିନର ଆଶା ଅଭିଳାଷ ପୁରଣ ହେବ।ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା ଦେଖାଦେଇପାରେ।ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ।

ପ୍ରତିକାର-ଗାଈକୁ ଦୁବଘାସ ଖାଇବାକୁ ଦିଅନ୍ତୁ।

ମୀନ
ଆଜି ଆପଣଙ୍କୁ କୈାଣସି ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଥିଲେ ଉଚ୍ଚ ପ୍ରଶଂସା ପାଇବେ।ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଥିବାରୁ ଯଗିରଖି ଚଳନ୍ତୁ ‌। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ ରାଶି ତେଲର ଦୀପ ଟିଏ ପ୍ରଦାନ କରନ୍ତୁ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.