Latest Odisha News

BREAKING NEWS

ଆଗେଇ ଚାଲିଛି ତିନି ରଥ କାମ

ପୁରୀ : ରଥ ନିର୍ମାଣ ବେଶ ଆଗୁଆ ଚାଲିଛି । ୯ ଦିନ ପୂର୍ବରୁ ଉଠିଛି ତିନି ରଥର ଚାରିନାହାକା ।  ଗତକାଲି ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା । ଜକଯନ୍ତ୍ର ଓ ଗୁଜ ସ୍ଥାପନ ସରି ଆଜି ଭୋଇ ସେବକ ମହାରଣାଙ୍କ ନିର୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି । ଦେବସ୍ନାନ ପୂର୍ଣ୍ଣମୀରେ ଚାରି ନାହାକା ଉଠିବାର ଟାର୍ଗେଟ ଥାଏ । ଏହାପୂର୍ବରୁ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିରଥର ସମସ୍ତ ଚକ ଅଖ ସଂଯୋଗ ହୋଇ ଡେରା ଯାଇଥିଲା । ଦେବସ୍ନାନ ପୂର୍ଣ୍ଣିମା ନଆସୁଣୁ ତିନି ରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି । ଆଜି ଅପରାହ୍ନରେ ଭୋଇ ସେବକ ମହାରଣାଙ୍କ ନିର୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି ।

ଶୀତଳଷଷ୍ଠୀ ଦିନ ତିନି ରଥର ସମସ୍ତ ଚକ ଅଖ ଡେରା ଯିବାର ଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ୪୨ଚକ ସହ ୨୧ ଅଖ ସଂଯୋଗ ହୋଇ ଡେରା ଯାଇଥିଲା । ଚାରିନାହାକା ଉଠିବା ପରେ ଗୁଜ,ଜଳଯନ୍ତ୍ର ସ୍ଥାପନ ଚାଲିଛି । ଏହା ପରେ ଛନ୍ଦା ଗୟଳ ପକାଇ ତୀଖ ଗୁଜ ଓ ସାଲଗୁଜ ସଂଯୋଗ କରାଯାଇ ଚଉଦ ନାହାକା ଉଠିବ ।

ପ୍ରତି ରଥର ୪ଟି ଲେଖାଏଁ ନାଟଗୋଡ଼ରେ ରୂପକାର ସେବକ ରାହୁମୂର୍ତ୍ତି ଖୋଦେଇ କରୁଛନ୍ତି । ଚାରି ନାହାକାକୁ ବାନ୍ଧି ରଖିବାକୁ ଢ଼ମକ କାମ ଚାଲିଛି । କମାର ମାନେ ରଥ ଉପରିଭାଗ ପାଇଁ ଆବଶ୍ୟକ କଣ୍ଟା ତିଆରି କରୁଛନ୍ତି।

Leave A Reply

Your email address will not be published.