Latest Odisha News

BREAKING NEWS

ରାଜସ୍ଥାନର ଗଠିତ ହେବ ୧୯ ନୂତନ ଜିଲ୍ଲା

ଜୟପୁର: ଆଗାମୀ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ୧୯ଟି ନୂତନ ଜିଲ୍ଲା ଗଠନ କରିବା ପାଇଁ ଘୋଷଣା କରାଯାଇଛି । ଏହା କଂଗ୍ରେସ ସରକାରଙ୍କ ଏକ ବଡ ରଣନୀତି ଭାବେ ବିବେଚନା କରାଯାଉଛି । ରାଜସ୍ଥାନରେ ୩୧ ଜିଲ୍ଲା ଥିବାରୁ ଏବେ ଏହା ବୃଦ୍ଧି ପାଇ ୫୦ରେ ପଂହଚିବ । ଏହା ବ୍ୟତୀତ ୧୦ଟି ନୂତନ ଡିଭିଜନ ରହିବ । ଦୀର୍ଘ ଦିନ ଧରି ଏହି ଜିଲ୍ଲାଗୁଡିକ ଗଠନ ହେବା ପାଇଁ ଦାବର ରହିଥିଲା । ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସମସ୍ତ ଦିଗ ଉପରେ ଧ୍ୟାନ ଦେବା ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ୧୯ ନୂଆ ଜିଲ୍ଲା ପାଇଁ ୨୦୦୦କୋଟି ଟଙ୍କାର ବଜେଟ ରଖାଯାଇଛି ।

ନୂତନ ଜିଲ୍ଲାଗୁଡିକ ହେଲା ଅନୂପଗଡ, ବାଲତୋରା, ବ୍ୟବାର, ଡିଗ, ଡିଡବାନା-କୁଚାମନାସିଟି, ଦୁଦୁ, ଗଙ୍ଗାପୁରସିଟି, ଜୟପୁର ଉତର, ଜୟପୁର ଦକ୍ଷିଣ, ଯୋଧପୁର ପୂର୍ବ, ଯୋଧପୁର ପଶ୍ଚିମ, କେକଡି, କୋଟପୁତଲୀ-ବୋହରୋଡ, ଖୈରଥଲ, ନୀମ କା ଥାନା, ଫଲୋଦୀ, ସଲୁମ୍ବର, ସାଂଚୋର ଓ ସାହପୁର । ଜିଲ୍ଲା ମୂଖ୍ୟାଳୟଠାରୁ ୧୦୦ କିଲୋମିଟର ଦୂରରେ ଅନେକ ଅଂଚଳ ରହିଥିବାରୁ ଏହା ବିଚାରକୁ ନିଆଯାଉ ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗେହେଲୋଟ କହିଛନ୍ତି ।

Leave A Reply

Your email address will not be published.