Latest Odisha News

BREAKING NEWS

ଭୁବନେଶ୍ୱରରେ ବଢ଼ୁଛି ସଂକ୍ରମଣ, ପୁଣି ୧୯୦ ପଜିଟିଭ

ଭୁବନେଶ୍ୱର: ରାଜଧାନୀରେ କ୍ଷିପ୍ର ଗତିରେ ବଢ଼ିଚାଲିଛି ସଂକ୍ରମଣ । ଆଜି ପୁଣି ଭୁବନେଶ୍ୱରରୁ ୧୯୦ ପଜିଟିଭ ବାହାରିଛନ୍ତି । ଏହାମଧ୍ୟରୁ ୧୩୮ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ସେହିପରି ୧୦୩ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୩୭୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୬୦ଜଣ ସୁସ୍ଥ ହୋଇଛନ୍ତି ଓ ୧୮ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୩୮୩ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.