Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୨ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ପୁଣି ଏନକାଉଣ୍ଟର । ସୁରକ୍ଷାକର୍ମୀ ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଶ୍ରୀନଗର ଜକୁରା ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ମୃତ ଆତଙ୍କବାଦୀଙ୍କ ଭିତରେ ଜଣେ ଲସ୍କର-ଏ-ତୋଇବା ଓ ଆଉ ଜଣେ ଦି ରେସିଷ୍ଟାନ୍ସ ଫ୍ରଣ୍ଟର ସଦସ୍ୟ । ସେମାନଙ୍କ ନିକଟରୁ ବନ୍ଧୁକ ଓ ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଛି ।

ଆଜି ସକାଳୁ ସକାଳୁ ଏହି ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ନିହତ ଜଣେ ଆତଙ୍କବାଦୀ ଇକଲାଖ ହଜିମ୍ ନିକଟରେ ଜମ୍ମୁ କଶ୍ମୀର ପୋଲିସର ହେଡ୍ କନଷ୍ଟେବଳ ଅଲ୍ଲୀ ମୋହଦଙ୍କୁ ହତ୍ୟାରେ ସଂପୃକ୍ତ ଥିଲା । ତାକୁ ଖୋଜୁଥିଲା ଜମ୍ମୁ କଶ୍ମୀର ପୋଲିସ । ଏନକାଉଣ୍ଟର ପରେ ଜକୁରା ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।

Comments are closed, but trackbacks and pingbacks are open.