Latest Odisha News

BREAKING NEWS

ଅରୁଣାଚଳର ୩ ଖେଳାଳିଙ୍କୁ ଭିସା ଦେଲାନାହିଁ ଚୀନ୍, ଚାଇନା ଗସ୍ତ ବାତିଲ କଲେ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କୁ ୧୯ତମ ଏସିଆନ ଗେମ୍ସରେ ଭାଗ ନେବାକୁ ଥିବା ଅରୁଣାଚଳ ପ୍ରଦେଶର ତିନି ଜଣ ଖେଳାଳିଙ୍କୁ ଚୀନ୍ ଭିସା ଦେବାକୁ ମନା କରିଦେଇଛି। ଏନେଇ ଚାଇନାକୁ କଡା ବିରୋଧ କରିଛି ଭାରତ। ନୂଆଦିଲ୍ଲୀ ଏବଂ ବେଜିଂରେ ଥିବା ଭାରତୀୟ ଦୂତାବାସ ମାଧ୍ୟମରେ ଭାରତ ବିରୋଧ ପ୍ରଦର୍ଶନ କରିଛି। ଅନ୍ୟପଟେ ଚାଇନା ଗସ୍ତ ବାତିଲ କରିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର। ସେପ୍ଟେମ୍ବର ୨୩ରୁ ଚାଇନାରେ ଏସିଆ ଗେମ୍ସର ମୁଖ୍ୟ ପର୍ଯ୍ୟାୟ ମ୍ୟାଚ୍‌ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଠାକୁର ସେଠାକୁ ଯିବାର ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବାତିଲ ହୋଇଛି।

ଏସିଆନ ଗେମ୍ସରେ ଭାରତର ପ୍ରତିନିଧିତ୍ୱ କରିବାକୁ ଅରୁଣାଚଳ ପ୍ରଦେଶର ୩ ଜଣ ଖେଳାଳି ଚାଇନା ଯିବାର ଥିଲା। ତେବେ ଚାଇନା ସେମାନଙ୍କୁ ଭିସା ଦେବାକୁ ବାରଣ କରିବା ସହ ପ୍ରବେଶ ଉପରେ କଟକଣା ଲଗାଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗସ୍ତ ବାତିଲ କରିଥିବା କୁହାଯାଉଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ “ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଆମ ଖେଳାଳିଙ୍କୁ ଭିସା ପ୍ରଦାନ ମନା କରିବା ବେଜିଂର ଜିଦ୍‌କୁ ଦର୍ଶାଉଛି।

ଚୀନ୍ ଭିସା ପ୍ରଦାନ କରୁ ନଥିବାରୁ ସମସ୍ତ ତିନି ଖେଳାଳିଙ୍କୁ ନୂଆଦିଲ୍ଲୀରେ ରହିବାକୁ ପଡିଛି। ଭାରତୀୟ ୱଶୁ ଦଳର ବାକି ଖେଳାଳିମାନେ ହାଙ୍ଗଜୋକୁ ଚାଲିଯାଇଥିଲେ। ସୂଚନା ଥାଉକି ଯେ ଏସିଆନ୍ ଗେମ୍ସରେ ୱଶୁ ପ୍ରତିଯୋଗିତା ୨୪ ରୁ ୨୮ ସେପ୍ଟେମ୍ବର ମଧ୍ୟରେ ଅନୁଷ୍ଠିତ ହେବ। ହାଙ୍ଗଜୋ ଅଭିମୁଖେ ଯାଇନଥିବା ଏହି ତିନି ଖେଳାଳିଙ୍କ ମଧ୍ୟରେ ନାଇମାନ ୱାଙ୍ଗସୁ, ଅନିତ ଟେଗା ଓ ମାପୁଙ୍ଗ ଲାମଗୁ ଅଛନ୍ତି। ଏବେ ଏହି ବିଷୟକୁ ନେଇ ପରିବେଶ ଗରମ ହୋଇଯାଇଛ। ଚାଇନାକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି।

Leave A Reply

Your email address will not be published.