Latest Odisha News

BREAKING NEWS

ଭାଷା ଭାଗବତ : ପାରଂପରିକ ରୂଢ଼ ଚିଂତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଯେବେ ବି ହୁଏ ମତ ଭିନ୍ନ
ବ୍ୟକ୍ତିକୁ କରିଲେ ବିଚ୍ଛିନ୍ନ
ହୁଏ କି ମତ ସଂସ୍ଥାପନ ?
ବୁଝଂତିନାହିଁ ଜ୍ଞାନୀଗଣ

ସଭିଏଁ ହେବେ ଏକମତ
ନୁହେ ବାସ୍ତବ ଅବା ସତ
ତେବେ ବି ମତାଶ୍ରୟୀ ବ୍ୟକ୍ତି
ଅଛିଂଡା କୁତର୍କ କରଂତି

ଯେଉଁଠି ରହେ ମତଭେଦ
ସେଠାରେ ଅଯଥା ବିବାଦ
ଯଦି ଚାଲିବ ନିରଂତର
ହେବନି କାହା ଉପକାର

ମତକୁ ମଣିଲେ ପ୍ରଧାନ
ବ୍ୟକ୍ତିର ମାନ ହୁଏ ନ୍ୟୂନ
ମତ ବଦଳେ ବାରଂବାର
ଏମିତି ଚଳେ ଏ ସଂସାର

ବାସ୍ତବତାକୁ ଦେଇ ଧ୍ୟାନ
କରିଲେ ସ୍ବମତ ଗଠନ
ଭାଷାର ସର୍ବଉନ୍ନୟନ
ସତରେ ଘଟେ ସବୁ ଦିନ

ପରିବର୍ତନଶୀଳ ଭାଷା
ଜଗାଇ ପାରେ ନୂଆ ଆଶା
ସେ ଭାଷା ହୁଏ ଦୀର୍ଘସ୍ଥାୟୀ
ଭାଷୀଏ ହୁଅଂତି ବିଜୟୀ

ପାରଂପରିକ ରୂଢ଼ ଚିଂତା
ପାଲଟିଗଲେ ଭାଷାହଂତା
ଭାଷାକୁ ତିଷ୍ଠାଇବା ପାଇଁ
ଏ ସତ୍ୟ ବୁଝିବା କି ନାହିଁ ?

ସଦ୍ୟ ରୀତିକୁ କରି ରକ୍ଷା
ଭାଷାକୁ ଯୋଗାଇ ସୁରକ୍ଷା
କରିଲେ ପରୀକ୍ଷା, ନିରୀକ୍ଷା
ମିଳିବ ସର୍ବୋତ୍ତମ ଶିକ୍ଷା

ଅଧିକ ଲୋକ ପାଇ ଜ୍ଞାନ
ରଖିବେ ଭାଷାର ସମ୍ମାନ
ହେଲେ ଅଧିକ ଜନଗ୍ରାହୀ
ଭାଷା ଦୁର୍ବଳ ହେବନାହିଁ

ପରଂପରାର ଆଳ ନେଇ
ଭାଷାକୁ ଦେଲେ ଅଟକାଇ
ସଂଭବ ହେବନି ସମୃଦ୍ଧି
କିପରି ହେବ ଅଭିବୃଦ୍ଧି ?

Leave A Reply

Your email address will not be published.