ଭୁବନେଶ୍ଵର: ପ୍ରେମ ଏକ ଭାବନା, ଏକ ସମର୍ପଣ ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ ନା କାହିଁକି ପ୍ରେମ ଦ୍ବାରା ସମସ୍ତ ବାଧା ବିଘ୍ନକୁ ଦୂରେଇ ହୁଏ । ପ୍ରେମକୁ ପରିପ୍ରକାଶ କରିବା ପାଇଁ ପ୍ରତିବର୍ଷ ଫେବୃଆରୀ ୭ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ପାଳନ କରାଯାଏ। ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ସପ୍ତାହ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି। କିନ୍ତୁ କିଛି ବର୍ଷ ହେବ ଆମ ଦେଶରେ ଏହା ବିସ୍ତାର ଲାଭ କରିସାରିଛି। ପ୍ରେମୀ ଯୁଗଳଙ୍କ ଠାରୁ ଆରମ୍ଭ କରି ଅନେକ ଯୁବକ ଯୁବତୀ ଏହି ପ୍ରେମ ସପ୍ତାହକୁ ଅପେକ୍ଷା କରି ରହିଥାନ୍ତି।
ତେବେ ଆଜି ହେଉଛି ପ୍ରେମ ସପ୍ତାହର ପ୍ରଥମ ଦିନ। ଆଜି ଗୋଲାପ ଦିବସ ବା ରୋଜ୍ ଡେ। ରୋମ୍ର ସେଣ୍ଟ ଭାଲେନଣ୍ଟାଇନଙ୍କ ବଳିଦାନ ପାଇଁ ଏହି ଦିନଟି ପାଳନ କରାଯାଏ । ପ୍ରେମିକ ପ୍ରେମିକମାନେ ଏହି ଦିନଟିକୁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ପ୍ରେମର ପ୍ରତୀକ ହେଉଛି ଗୋଲାପ| ରୋଜ୍ ଡେ’ ରେ ପରସ୍ପରକୁ ଗୋଲାପ ଦେଇ ନିଜର ମନର ଭାବନା ପରିପ୍ରକାଶ କରିଥାଆନ୍ତି ପ୍ରେମୀ ଯୁଗଳ। ଏଥିପାଇଁ ଫୁଲ ବଜାରରେ ବି ଯୁବପିଢ଼ିଙ୍କ ଭିଡ଼। ଭଳିକି ଭଳି ଗୋଲାପ ଉପହାର କରି ଆଜି ସାଥୀଙ୍କୁ ସ୍ପେଶାଲ ଅନୁଭବ କରାଇବେ ସାଥୀ।
ସାଥୀଙ୍କୁ ଗୋଲାପ ଫୁଲ ସହିତ ତୁଳନା କରିବା ପୂର୍ବକ ଏହି ଦିନଟିକୁ ରୋଜ ଡ଼େ’ ଭାବେ ପାଳନ କରାଯାଏ। R ରେ ରେୟାର, O ରେ ୱ।ନସ୍, S ରେ ସପୋଟିଙ୍ଗ ଏବଂ E ରେ ଏଣ୍ଟାଏର ଲାଇଫ୍ ମାନେ ପୂରା ଜୀବନ । ପୁରା ଜୀବନ ଜଣଙ୍କ ସହ ସୁନ୍ଦର ଓ ସୁଖର ଜୀବନ ବିତାଇବା ଲାଗି ସଂକଳ୍ପ କରିବାକୁ ଗୋଟିଏ ରୋଜ୍ ହିଁ ଯଥେଷ୍ଟ ।ଏହିଦିନ ଗୋଲାପ ଫୁଲଟିଏ ପରି ସାଥୀଙ୍କ ଜୀବନ ସୁବାସିତ କରିବାକୁ ସଂକଳ୍ପ ନେଇଥାନ୍ତି ପ୍ରେମୀଯୁଗଳ। ଫୁଲଟିଏ ଦେଇ ଏହାକୁ ସ୍ମରଣୀୟ କରିଥିାନ୍ତି ପ୍ରେମୀ।ଫ୍ରେବ୍ରୁଆରି ୧୪ରେ ଭାଲେଣ୍ଟାନ୍ସ ଡେ’ ପାଳିତ ହୋଇଥାଏ, ହେଲେ ତା’ ପୂର୍ବରୁ ଅର୍ଥାତ୍ ଫେବ୍ରୁଆରି ୭ରୁ ଆରମ୍ଭ ହୋଇଥାଏ ଭାଲେଣ୍ଟାଇନ୍ସ ଓ୍ୱିକ। ଏହି ଅବସରରେ ପୂରା ସପ୍ତାହକୁ ଖାସ୍ କରିବାକୁ ଲାଗି ପଡ଼ନ୍ତି ପ୍ରେମୀ।
ଅନ୍ୟପଟେ ସାମାଜିକ ଗଣମାଧ୍ୟମ ମଧ୍ୟ ରୋଜ୍ ଡେ’ ଶୁଭେଚ୍ଛାରେ ଚଳଚଞ୍ଚଳ ହୋଇ ଉଠିଛି । ଘଣ୍ଟାରେ ରାତି ୧୨ଟା ବାଜିବା କ୍ଷଣି ପ୍ରେମିକ ଓ ପ୍ରେମିକା ପରସ୍ପରଙ୍କ ନିକଟକୁ ଗୋଲାପ ଫୁଲ ପଠାଇ ଶୁଭେଚ୍ଛା ଜଣାଇବାରେ ଲାଗି ପଡ଼ିଛନ୍ତି। ଭୁବନେଶ୍ବର କଲେଜ ପଢ଼ୁଆ ଯୁବପିଢ଼ିଙ୍କ ମଧ୍ୟରେ ପ୍ରେମ ସପ୍ତାହ ପାଳନ ପାଇଁ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଛି। ଖାସ୍ ଏହି ଦିନ ପାଇଁ ଗୋଲାପ ଦର ବି ବଢ଼ି ଯାଇଛି। ଯେଉଁ ଗୋଲାପ ୧୫/୨୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଆଜି ୫୦ ଟଙ୍କା ଛୁଇଁଛି। ସେହିପରି ଗୋଲାପ ଫୁଲ ତୋଡ଼ା ଦର ମଧ୍ୟ ବଢ଼ିଛି। ତୋଡ଼ାର ମୂଲ୍ୟ ୨୦୦ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କାରେ ପହଁଚିଛି।
ତେବେ ବଜାରରେ ବିଭିନ୍ନ ପ୍ରକାରର ଗୋଲାପ ଫୁଲ ମିଳେ । କେବଳ ପ୍ରେମୀ ଜୁଗଳ ଏହି ଦିବସ ପାଳନ କରନ୍ତି ତାହା ନୁହେଁ । ଭଲ ବନ୍ଧୁ ହେଉ କି ଶୁଭକାଂକ୍ଷୀ ସମସ୍ତେ ଏହି ଦିବସ ପାଳନ କରନ୍ତି । ଆଉ ସେଥିପାଇଁ ରଙ୍ଗବେରଙ୍ଗର ଗୋଲାପ ମଧ୍ୟ ଦିଅନ୍ତି । ସବୁ ରଙ୍ଗର ଗୋଲାପ କିଛି ଭିନ୍ନ ଭିନ୍ନ ମହତ୍ତ୍ଵ ଧାରଣ କରିଥାଏ । ଏଇ ଯେପରି ଲାଲ ଗୋଲାପ ପ୍ରେମର ପ୍ରତୀକ ହୋଇଥାଏ । ଏହି ରଙ୍ଗ ପ୍ରେମ, ସିଦ୍ଧତା ପାଇଁ ଥାଏ । ଗାଢ ନାଲି ଗୋଲାପ ନମ୍ରତା କିମ୍ବା ଅଜ୍ଞାତ ସୌନ୍ଦର୍ଯ୍ୟକୁ ପ୍ରତିପାଦିତ କରିଥାଏ । ସେହିପରି ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । ନିଜର ଖୁସି ସହ ନିଜ ସାଥୀ ପ୍ରତି ଥିବା ଭଲ ପାଇବା, କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ବ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ ।ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ ।କମଳା ରଙ୍ଗର ଗୋଲାପକୁ ଉତ୍ସାହର ପ୍ରତୀକ ଭାବରେ ବ୍ୟବହାର କରାଯାଏ ।
Comments are closed.