Latest Odisha News

BREAKING NEWS

ଇଭିଏମରେ ସିଲ୍ ହୋଇଛି ୩ ପ୍ରାର୍ଥୀଙ୍କ ଭାଗ୍ୟ, ଜୁନ୍ ୪ରେ ଖୋଲିବ ପେଡି

ରାୟଗଡା: ରାୟଗଡା ଜିଲ୍ଲାର ରାୟଗଡା, ଗୁଣୁପୁର ଏବଂ ବିଷମକଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କ ଭାଗ୍ୟ ଇଭିଏମ୍ ବକ୍ସରେ ସିଲ୍ ହୋଇରହିଛି । ଆସନ୍ତା ୪ ତାରିଖ ରେ ଖୋଲିବ ପେଡି, ଆଉ କିଏ ହେବ ଭାଗ୍ୟଶାଳୀ ବିଧାୟକ ତାହା ନିର୍ଣ୍ଣୟ କରିବେ ଭୋଟର ।

ତେବେ ଏହି ତିନୋଟି ବିଧାନସଭାରେ ମୋଟ ୭ ଲକ୍ଷ ୧୩ ହଜାର ୧୫୩ ଭୋଟରଙ୍କ ମଧ୍ୟରୁ ରାୟଗଡା ରେ ୭୫.୨୦ ପ୍ରତିଶତ ବିଷମକଟକରେ ୭୮.୪୯ ପ୍ରତିଶତ ଏବଂ ଗୁଣୁପୁର ରେ ୭୨.୫୫ ପ୍ରତିଶତ ଭୋଟର ମତଦାନ ଦେଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଏବଂ ଗୁଣୁପୁର ଉପଜିଲ୍ଲାପାଳ କିରନଦିପ କୌର ।
ରାୟଗଡା ବିଧାନସଭାରେ ମୋଟ ୨ ଲକ୍ଷ ୫୪ ହଜାର ୯୫୩ ଭୋଟର ଙ୍କ ମଧ୍ୟରୁ ପୁରୁଷ ଭୋଟର ହେଉଛନ୍ତି ୯୧ ହଜାର ୬୮୮ ଏବଂ ମହିଳା ଭୋଟର ହେଉଛନ୍ତି ୯୯ ହଜାର ୯୯୯ ଏବଂ ଅନ୍ୟାନ୍ୟ ହେଉଛନ୍ତି ୩୩ ।

ସେହିପରି ଗୁଣୁପୁରେ ମୋଟ ୨ ଲକ୍ଷ ୨୩ ହଜାର ୯୪୭ ଭୋଟରଙ୍କ ମଧ୍ୟରୁ ପୁରୁଷ ଭୋଟର ୭୯ ହଜାର ୩୫୬ ଏବଂ ମହିଳା ଭୋଟର ୮୩ ହଜାର ୩୮୮ ଏବଂ ଅନ୍ୟାନ୍ୟ ୨୬ ।

ଅନ୍ୟପଟେ, ବିଷମକଟକରେ ମୋଟ ଭୋଟର ୨ ଲକ୍ଷ ୩୪ ହଜାର ୨୫୩ ଙ୍କ ମଧ୍ୟରୁ ପୁରୁଷ ଭୋଟର ହେଉଛନ୍ତି ୮୫ ହଜାର ୨୭୭ ଏବଂ ମହିଳା ଭୋଟର ହେଉଛନ୍ତି ୯୮ ହଜାର ୨୬୦ ଏବଂ ଅନ୍ୟାନ୍ୟ ୨୦ ଜଣ ସେମାନଙ୍କ ମତଦାନ କରିଛନ୍ତି ।

ଉଭୟ ଜିଲ୍ଲାପାଳ ମହାଜନ ଏବଂ ଉପଜିଲ୍ଲାପାଳ କୌର ମୋଟାମୋଟି ଭାବେ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହୋଇଥିବା ଜଣାଇଛନ୍ତି । ବର୍ତ୍ତମାନ ଦେଖିବାକୁ ବାକି ରହିଲା କେଉଁ ଦଳୀୟ ପ୍ରାର୍ଥୀ ଉପରେ ଲୋକେ ଆଶୀର୍ବାଦ ପ୍ରଦାନ କରିବେ ଯିଏ କି ଆସନ୍ତା ପାଞ୍ଚ ବର୍ଷ ପାଇଁ ବିଧାୟକ ନିର୍ବାଚିତ ହୋଇ ଲୋକଙ୍କ ସହ ଭାଗିଦାର ହୋଇରହିବେ ।

Leave A Reply

Your email address will not be published.