Latest Odisha News

BREAKING NEWS

ଭୁବନେଶ୍ଵରରେ ନଡ୍ଡା, ଆସନ୍ତାକାଲି କରିବେ ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛନ୍ତି ପ୍ରମୁଖ ଦଳର ହେଭିୱେଟ । ଆଜି ଓଡିଶା ଗସ୍ତରେ ଆସି ପ୍ରଥମେ ଗଞ୍ଜାମରେ ଆୟୋଜିତ ଜନସଭାରେ ଯୋଗ ଦେବା ସହ କଟକରେ ବିଶାଳ ରୋଡ ସୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହାରି ଭିତରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ୱରର ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କ ସହ ବୈଠକ କରିଛନ୍ତି ନଡ୍ଡା । ରାଜ୍ୟ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିବା ସୁଭଦ୍ରା ଯୋଜନା ସମ୍ବନ୍ଧରେ ଏହି ବୈଠକ କରିବେ ନଡ୍ଡା।

ସେହିପରି ଆସନ୍ତାକାଲି ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତାକାଲି ସକାଳୁ ମାଉସୀ ମାଆ ମନ୍ଦିରଠାରୁ ଲିଙ୍ଗରାଜ ମନ୍ଦିର ଯାଏଁ କରିବେ ରୋଡ୍ ସୋ’ । ଖାଲି ସେତିକି ନୁହେଁ, ଆସନ୍ତାକାଲି ରାଉରକେଲା ଏବଂ ପଦ୍ମପୁରରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେବେ ନଡ୍ଡା ।

ତେବେ ଆସନ୍ତାକାଲି ରାଜଧାନୀ ବାସି ଦେଖିବେ ଦୁଇ ଦୁଇ ହେଭିୱେଟଙ୍କ ବିଶାଳ ରୋଡ ସୋ । ସକାଳେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ରୋଡ ସୋ କରିବାକୁ ଥିବାବେଳେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିବେ ରୋଡ୍ ସୋ । ସନ୍ଧ୍ୟା ସାଢ଼େ ୬ଟାରୁ ୟୁନିଟ୍-୬ ଗଙ୍ଗନଗର ଛକରୁ ଆରମ୍ଭ ହେବ ରୋଡ୍ ସୋ’ । ଏହାପରେ ଗୋପବନ୍ଧୁ ଛକ, ୟୁନିଟ୍-୮ ଡିଏଭି ସ୍କୁଲ ଛକ, ସାଇକ୍ରିଷ୍ଣା କ୍ଲବ ଛକ, ଏଚଡିଏଫସି ବ୍ୟାଙ୍କ ଛକ, ବାଲୁଙ୍କେଶ୍ୱର ମନ୍ଦିର ଛକ, ମମତାଜ ଅଲ୍ଲୀ ସ୍କୁଲ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ନିକୋ ପାର୍କ ଛକ, ବାୟାବାବା ମଠ, ସତ୍ୟନଗର, ମାଷ୍ଟର କ୍ୟାଣ୍ଟିନ ଦେଇ ରାଜମହଲ ଛକରେ ଶେଷ ହେବ ନବୀନଙ୍କ ରୋଡ୍ ସୋ’ ।

Leave A Reply

Your email address will not be published.