Latest Odisha News

BREAKING NEWS

୨୦୨୩-୨୪ ଆର୍ଥିକ ବର୍ଷରେ ୧୦୦ ନିୟୁତ ଟନ ପଣ୍ୟ ବୋଝେଇରେ ପୂର୍ବତଟ ରେଳପଥ ପ୍ରଥମ

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସ ମଧ୍ୟରେ ଅର୍ଥାତ୍ ୧ ଏପ୍ରିଲ୍ ରୁ ୩୧ ଅଗଷ୍ଟ, ୨୦୨୩ ମଧ୍ୟରେ ପୂର୍ବ ତଟ ରେଳପଥ ଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ ପଞ୍ଜିକରଣ ୯୭.୧୩ନିୟୁତ ଟନ ତୁଳନାରେ ୧୦୦.୯୦ ନିୟୁତ ଟନ ପଣ୍ୟ ପରିବହନ କରିଛି। ଏହା ସହିତ, ଚଳିତ ଆର୍ଥିକ ବର୍ଷରେ ୩.୯% ପଞ୍ଜିକରଣ ବୃଦ୍ଧି କରି ଏହା ୩.୭୭ନିୟୁତ ଟନ ବର୍ଦ୍ଧିତ ପଣ୍ୟ ବୋଝେଇ କରିଛି।

ପୂର୍ବ ତଟ ରେଳପଥର ସମସ୍ତ ତିନୋଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ରେଳମଣ୍ଡଳର ଉଲ୍ଲେଖନୀୟ ପ୍ରଦର୍ଶନ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏହି ଅବଧି ମଧ୍ୟରେ, ପୂର୍ବତଟ ରେଳପଥ ୬୧.୩୦ନିୟୁତ ଟନ କୋଇଲା, ଇସ୍ପାତ ଶିଳ୍ପ ପାଇଁ କଞ୍ଚାମାଲ ୩.୩୩ନିୟୁତ ଟନ, ୮.୨୧ ନିୟୁତ ଟନ ଆଇରନ୍ ଏବଂ ଷ୍ଟିଲ୍, ୧୧.୬୮ ନିୟୁତ ଟନ ଲୁହାପଥର, ୦.୭ 6ନିୟୁତ ଟନ ସିମେଣ୍ଟ, ୧.୨୯ ନିୟୁତ ଟନ ଖାଦ୍ୟ ଶସ୍ୟ, ୨.୫୭ ନିୟୁତ ଟନ ସାର, ୧.୨୪ ନିୟୁତ ଟନ ପେଟ୍ରୋଲ ଜାତୀୟ ଦ୍ରବ୍ୟ, ୧.୭ 6ନିୟୁତ ଟନ ମାଲ ପରିବହନ କଣ୍ଟେନେରରେ ଲୋଡ୍ ହୋଇଛି ଏବଂ ଅନ୍ୟ ପଣ୍ୟ ପରିବହନ ବାବଦରେ ୮.୭୬ ନିୟୁତ ଟନ ଅନ୍ତର୍ଭୁକ୍ତ।

ପଣ୍ୟ ପରିବହନରେ ପ୍ରମୁଖ ଯୋଗଦାନକାରୀମାନେ ହେଉଛନ୍ତି ତାଲଚର, ପାରାଦୀପ, ଧାମରା, ବିଶାଖାପାଟନମ୍, ଗଙ୍ଗାଭରମ, କେନ୍ଦୁଝର, କେ.କେ ଲାଇନ, ଷ୍ଟିଲ ପ୍ଲାଣ୍ଟ, ଆଲୁମିନିୟମ ପ୍ଲାଣ୍ଟ ଏବଂ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଅନ୍ୟାନ୍ୟ ଶିଳ୍ପ ସଂସ୍ଥା। ଏହି ସମୟ ମଧ୍ୟରେ, ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳରୁ ୬୩.୫୯ନିୟୁତ ଟନ ପଣ୍ୟ ପରିବହନ, ୱାଲଟିୟର ରେଳମଣ୍ଡଳରୁ ୨୯.୭୫ନିୟୁତ ଟନ ମାଲ ଏବଂ ସମ୍ବଲପୁର ରେଳମଣ୍ଡଳରୁ ୭.୫୪ ନିୟୁତ ଟନ ପଣ୍ୟ ପରିବହନ କରାଯାଇଅଛି।

କେବଳ ଅଗଷ୍ଟ ୨୦୨୩ ରେ, ପୂର୍ବ ତଟ ରେଳପଥ ୨୦.୪୩ନିୟୁତ ଟନ ପଣ୍ୟ ପରିବହନ କରିଛି ଯାହା ୨୦୨୨ ର ସମାନ ସମୟରେ ପଞ୍ଜିକୃତ ପରିବହନ ହୋଇଥିବା ୧୯.୯୦ନିୟୁତ ଟନ ତୁଳନାରେ ୨.୭% ଅଧିକ ମାଲ ପରିବହନ ଅଟେ।

Leave A Reply

Your email address will not be published.