Latest Odisha News

BREAKING NEWS

କଟକରେ ଏହି କୀର୍ତିମାନ ସ୍ଥାପନ କଲେ ବରୁଣ

କଟକ: ଭାରତୀୟ ଟିମର ସ୍ପିନର ବରୁଣ ଚକ୍ରବର୍ତି ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବା ସୁଯୋଗ ପାଇଛନ୍ତି । ୫୧ ବର୍ଷ ପରେ ସେ ଭାରତର ଦ୍ୱିତୀୟ ବୟସ୍କ ଖେଳାଳି ଭାବେ କଟକ ଦିନିକିଆରେ ଆନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି । ବରୁଣ ୩୩ ବର୍ଷ ୧୬୪ ଦିନରେ ଏହି ସଫଳତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କ୍ରିକେଟର ଏହି ଫର୍ମାଟରେ ଅଜିତ ୱାଡେକର ୧୯୭୪ରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଆନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ସେ ସମୟରେ ତାଙ୍କୁ ୩୩ ବର୍ଷ ୧୦୩ ଦିନ ହୋଇଥିଲା । ତେବେ ଫାରୁକ ଇଂଜିନିୟର ଭାରତର ସବୁଠାରୁ ବୟସ୍କ ଖେଳାଳି ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ ।

୧୯୭୪ରେ ସେ ମଧ୍ୟ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିଥିଲେ । ଫାରୁକଙ୍କୁ ସେ ସମୟରେ ୩୬ ବର୍ଷ ୧୩୮ ଦିନ ହୋଇଥିଲା । ଏହି ତାଲିକାରେ ଚତୁର୍ଥ ଏବଂ ପଂଚମ ସ୍ଥାନରେ ଦିଲୀପ ଦୋଷୀ( ୩୨ ବର୍ଷ ୩୫୦ ଦିନ) ଓ ସୟେଦ ଆବିଦ ଅଲୀ (୩୨ ବର୍ଷ ୩୦୭ ଦିନ) ରହିଛନ୍ତି । ସୂଚନାଯୋଗ୍ୟ, ଦ୍ୱିତୀୟ ଦିିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୩୦୫ ରନର ଟାର୍ଗେଟ ରଖିଛି । ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।

Comments are closed.