Latest Odisha News

BREAKING NEWS

ବ୍ରାଉନସୁଗାର ବେପାର ବେଳେ ବସ୍ତିରୁ ୨ ଭାଇଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ସାଲିଆସାହି ବସ୍ତିରୁ କମିଶନରେଟ୍ ପୋଲିସ ୨ ଭାଇଙ୍କୁ ଗିରଫ କରିଛି । ଦୁଇ ଭାଇ ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ମୈତ୍ରୀ ବିହାର ପୋଲିସ ଏକାମ୍ରଶ୍ୱର ପ୍ରକଳ୍ପ ବିଦ୍ୟାଳୟ ଅଞ୍ଚଳରେ ରେଡ୍ କରିଥିଲା । ରେଡ୍ ବେଳେ ଦୁଇ ଭାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ମାଡ଼ି ବସିଥିଲା ।

ଉଭୟଙ୍କ ଠାରୁ ପୋଲିସ ୬ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ଦୁଇ ଭାଇ ଚିକୁ ସ୍ୱାଇଁ ଓ ଚିଣ୍ଟୁ ସ୍ୱାଇଁ କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ହୋଇଥିବା ବେଳେ କିଛି ମାସ ହେଲା ସାଲିଆସାହିରେ ରହି ବ୍ରାଉନସୁଗାର କାରବାରରେ ଲିପ୍ତ ଥିଲେ । ପୋଲିସ ଉଭୟଙ୍କୁ କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.