Latest Odisha News

ଦୀନେଶ ମୋଙ୍ଗିଆ ହେବେ ଓଡିଶା ରଣଜୀ ଟିମର କୋଚ

ଭୁବନେଶ୍ୱର: ଓଡିଶା ପୁରୁଷ ସିନିୟର କ୍ରିକେଟ ଦଳର ନୂତନ କୋଚ ନିଯୁକ୍ତ କରାଯାଇଛି । ଆଗାମୀ ରଣଜୀ ସିଜନକୁ ଆଖି ଆଗରେ ରଖାଯାଇ ଦୀନେଶ ମୋଙ୍ଗଆଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । ଚଳିତ ମାସ ୨୧ରେ ସେ ଭୁବନେଶ୍ୱର ପଂହଚିବା ପରେ ଦଳ ସହିତ ଯୋଗ ଦେବେ । ରଣଜୀ ଟ୍ରଫିର ଗତ ସଂସ୍କରଣରେ ଓଡିଶାର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଦୀନେଶ ଜଣେ ଦକ୍ଷ ଅଲରାଉଣ୍ଡର ଭାବେ ପରିଚିତ । ୫୭ ଆନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳି ସେ ୧୨୩୦ ରନ ସଂଗ୍ରହ କରିଛନ୍ତି । ଏଥିରେ ୪ ଅର୍ଦ୍ଧଶତକ ଓ ଏକ ଶତକ ସାମିଲ । ସେ ୧୪ଟି ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ୨୦୦୧ରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆନ୍ତର୍ଜାତୀୟ ମ୍ୟାଚରେ ପଦାର୍ପଣ କରିଥିଲେ । ୨୦୦୭ରେ ବାଂଲାଦେଶ ବିପକ୍ଷରେ ସେ ଶେଷ ମ୍ୟାଚ ଖେଳିଥିଲେ । ତାଙ୍କ କ୍ୟାରିୟରରେ ସେ ଗୋଟିଏ ଟି୨୦ ମ୍ୟାଚ ଖେଳିଛନ୍ତି । ୨୦୧୯ରେ ସେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ।

ସେହିପରି ମହିଳା ଟିମର କୋଚ ପୁଷ୍ପାଞ୍ଜଳି ବାନାର୍ଜୀଙ୍କ ଉପରେ ଓସିଏ ଅସନ୍ତୁଷ୍ଟ ଥିବାରୁ ରୂମେଲି ଧର କୋଚ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ନିକଟରେ ଅବସର ଘୋଷଣା କରିଥିବା ବସନ୍ତ ମହାନ୍ତି ଏବଂ ପ୍ରଭଞ୍ଜନ ମଲିକଙ୍କ ଜୁନିୟର ଟିମର କୋଚ ଭାବେ ନିଯୁକ୍ତ କରାଯାଇପାରେ । ନିରଞ୍ଜନ ବେହେରା, ସୁବିତ ବିଶ୍ୱାଳ ଓ ନଟରାଜ ବେହେରାଙ୍କୁ ୧୬ ବର୍ଷରୁ କମ ଦଳର କୋଚ ଦାୟିତ୍ୱ ପ୍ରଦାନ କରାଯାଇପାରେ ।

Leave A Reply

Your email address will not be published.