Latest Odisha News

୩ ମିନିଟ ଭିତରେ ରହିବ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ

ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ରାଜ୍ୟ ସଂଗୀତକୁ ୩ ମିନିଟ ଭିତରେ ଗାନ କରାଯିବ। ସ୍ୱର,ଲୟ ଓ ତାଳ କଣ ହେବ ଏନେଇ ୩ ଦିନ ହେବ ଆଲୋଚନା ଆରମ୍ଭ ହୋଇଛି । ତେବେ ଖୁବ ଶୀଘ୍ର ଏନେଇ ଜଣାଇ ଦିଆଯିବ । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏନେଇ ସୂଚନା ଦେଇଛନ୍ତି । ତେବେ ସଂଗୀତ ଗାନରେ ତ୍ରୁଟି ହେଲେ, କଣ ଦଣ୍ଡ ବିଧାନ ରହିବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ରଘୁନନ୍ଦନ କହିଛନ୍ତି।

ସେପଟେ ବନ୍ଦେ ଉତ୍କଳ ଜନନୀ ପ୍ରଥମ କ୍ଲାସରୁ ପାଠ୍ୟପୁସ୍ତକରେ ପ୍ରଚଳନ ହେବ । ଚଳିତ ବର୍ଷ ପୁସ୍ତକ ପିଲାଙ୍କୁ ଦିଆ ସରିଛି । ଆସନ୍ତାବର୍ଷ ସିଲାବସ ରହିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ନୋଟିସ ଜାରି କରିବା ପରେ ଚଳିତ ବର୍ଷ ପିଲାଙ୍କୁ କିଭଳି ଏ ବିଷୟରେ ପଢା ହେବ ସେ ନେଇ ନିଷ୍ପତି ନିଆଯିବ । ଦରକାର ପଡିଲେ ସ୍ୱତନ୍ତ୍ର ପୁସ୍ତିକା ଦିଆଯିବ ବୋଲି ଗଶଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

Leave A Reply

Your email address will not be published.