Latest Odisha News

BREAKING NEWS

ରୋହିଣୀ କୋର୍ଟ ବିସ୍ଫୋରଣ ମାମଲା: ଆତ୍ମହତ୍ୟା ଉଦ୍ୟମ କଲେ ଅଭିଯୁକ୍ତ ଡିଆରଡିଓ ବୈଜ୍ଞାନିକ ଭରତ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ଡିଆରଡିଓ ବୈଜ୍ଞାନିକ ଭରତ ଭୂଷଣ କଟାରିୟା ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପୋଲିସ କଷ୍ଟଡିରେ ଥିବା ବେଳେ ସେ ୱାଶରୁମରେ ହ୍ୟାଣ୍ଡୱାଶ ପିଇ ଦେଇଥିଲେ । ଏହା ପରେ ସେ ତଳେ ପଡି ଯାଇଥିଲେ । ତାଙ୍କୁ ଯେତେ ପଚରା ଯାଇଥିଲେ ମଧ୍ୟ କିଛି କହି ନ ଥିଲେ । ଡାକ୍ତରଖାନାରେ ପଂହଚିବା ପରେ ସେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବୋଲି କହିଥିଲେ । ଭରତ ତଦନ୍ତ କରୁଥିବା ପୋଲିସଙ୍କୁ କୌଣସି ପ୍ରକାର ସହଯୋଗ କରୁ ନାହାନ୍ତି ।

ଏମ୍ସରେ ସୋମବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଭାବେ ଯାଂଚ କରାଯିବ । ସୂଚନାଯୋଗ୍ୟ, ଭରତ ତାଙ୍କ ଘର ପାଖର ଏକ ଓକିଲଙ୍କୁ ମାରିବା ପାଇଁ ବିସ୍ଫୋରଣ ଷଡଯନ୍ତ୍ର ରଚିଥିଲେ । ତେବେ ସେ କଣ ପାଇଁ ଏହି କାଣ୍ଡ ଘଟାଇଥିଲେ ତାହା ପୋଲିସକୁ ଜଣାଉ ନାହାନ୍ତି ।

Leave A Reply

Your email address will not be published.