Latest Odisha News

BREAKING NEWS

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା କାର୍‌, ୨ ମୃତ

ଜଳେଶ୍ବର : ବାଲେଶ୍ବରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ମାଡ଼ିଗଲା ଦ୍ରୁତଗାମୀ କାର୍‌ । ଫଳରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେହିପରି ଅନ୍ୟ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ସୂଚନା ଅନୁସାରେ, ୫୭ ନମ୍ବର ରାଜ୍ୟ ରାଜପଥର ନଗୁଁଆ ଛକରେ ୨ ଜଣ ପିଲାଙ୍କ ସମେତ ୬ ଠିଆ ହୋଇଥିଲେ । କିନ୍ତୁ ଏହି ସମୟରେ ଏକ ଦ୍ରୁତଗାମୀ କାର୍‌ ରାସ୍ତା ପାର୍ଶ୍ବରେ ଥିବା ବାଇକକୁ ଧକ୍କା ଦେବା ପରେ ଲୋକଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୫ ଜଣଙ୍କୁ ଗୁରୁତର ଅବସ୍ଥାରେ ଜଳେଶ୍ବରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଦୁର୍ଘଟଣା ଘଟାଇଥିବା କାର୍‌ର ଭଙ୍ଗାରୁଜା କରିଥିଲେ । ଖବର ପାଇ ଭୋଗରାଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.