Latest Odisha News

୧୯ ବର୍ଷରୁ କମ ଏସିଆ କପ କ୍ରିକେଟ: ଆଫଗାନିସ୍ତାନକୁ ହରାଇ ସେମିରେ ଭାରତ

ଦୁବାଇ: ୧୯ ବର୍ଷରୁ କମ ଏସିଆ କପ କ୍ରିକେଟରେ ଭାରତ ୪ ୱିକେଟରେ ଆଫଗାନିସ୍ତାନକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଫଳରେ ଭାରତ ଓ ପାକିସ୍ତାନ ମଧ୍ୟରେ ଫାଇନାଲ ମୁକାବିଲା ନେଇ ଆଶା ଉଜ୍ଜୀବୀତ ହୋଇଛି । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୨୬୦ ରନର ଟାର୍ଗେଟ ରଖିଥିଲା । ଭାରତ ଏହାକୁ ୪୮.୨ ଓଭରରେ ୬ ୱିକେଟ ହରାଇ ହାସଲ କରି ନେଇଥିଲା ।

ରାଜା ବାବା ୪୪ ଓ କୌଶଲ ତାମ୍ବେ ୩୫ ରନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ସେମିରେ ବାଂଲାଦେଶ କିମ୍ବା ଶ୍ରୀଲଙ୍କା ମଧ୍ୟରୁ ଗୋଟିଏ ଟିମକୁ ଭାରତ ଭେଟିବ ।

Leave A Reply

Your email address will not be published.