Latest Odisha News

BREAKING NEWS

ଟ୍ରେନରେ କଟି ୨ ବୃଦ୍ଧାଙ୍କ ମୃତ୍ୟୁ;ମୃତକଙ୍କ ପରିଚୟ ଅସ୍ପଷ୍ଟ

ବସ୍ତା:ଟ୍ରେନରେ କଟିଗଲେ ୨ ମହିଳା। ଏଭଳି ଦୁଃଖଦ ଘଟଣା ବସ୍ତା ରେଳ ଷ୍ଟେସନ ନିକଟରେ ଘଟିଛି। ବସ୍ତା ଥାନା ଅଧୀନ ସଦାନନ୍ଦପୁର ପଞ୍ଚାୟତର ଭଗବାନପୁର ଗ୍ରାମର ଦୁଇ ବୃଦ୍ଧାଙ୍କୁ ଗତ ଦୁଇ ମାସ ଧରି ଭତ୍ତା ମିଳିନଥିବା ଅଭିଯୋଗ ରହିଥିଲା। ଏନେଇ ଭତ୍ତା ସମ୍ପର୍କରେ ଜାଣିବା ପାଇଁ ସେମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ପଞ୍ଚାୟତରୁ ଭତ୍ତା ସମ୍ପର୍କରେ ଅବଗତ ହେବା ପରେ ଦୁହେଁ ରେଳଲାଇନ ଅତିକ୍ରମ କରି ଘରକୁ ଫେରୁଥିବା ସମୟରେ ଏକ ଟ୍ରେନ ଧକ୍କା ଦେଇଥିବା ଜଣାପଡ଼ିଛି।

ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ହତ୍ୟା କି ଆତ୍ମହତ୍ୟା ଜଣାପଡ଼ିନାହିଁ।

ଘଟଣା ପରେ ରେଳ କର୍ମଚାରୀ ଓ ସମ୍ପୃକ୍ତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ମୃତଦେହ ଜବତ କରିଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Comments are closed.