Latest Odisha News

BREAKING NEWS

ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣର: ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ବାଲେଶ୍ୱର: ଗ୍ୟାସ ଟାଙ୍କି ବିସ୍ଫୋରଣରୁ ହୁତୁହୁତ ହୋଇ ଜଳିଲା ହୋଟେଲ। ବାଲେଶ୍ବର ଓଟି ରୋଡରେ ଥିବା ଏକ ରେଷ୍ଟୁରାଣ୍ଟରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସିଲିଣ୍ଡର ବିସ୍ଫୋରଣରୁ ରେଷ୍ଟୁରାଣ୍ଟରେ ନିଆଁ ଲାଗିଥିଲା। ଆଜି ପ୍ରାୟ ସାଢ଼େ ୧୦ଟା ସମୟରେ ରେସ୍ତୋରାଁରେ ଥିବା ଗ୍ୟାସ୍ ଟାଙ୍କି ଫାଟିଯିବା ପରେ ହଠାତ୍ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ନିଆ ଧିରେ ଧିରେ ପୂରା ହୋଟେଲକୁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ପୂରା ରେଷ୍ଟୁରାଣ୍ଟ ଜଳିଯାଇଥିବା ଜଣାପଡ଼ିଛି।

ରେଷ୍ଟୁରାଣ୍ଟରୁ ନିଆଁ ବ୍ୟାପି କିଛି ଗାଡ଼ି ମଧ୍ୟ ପୋଡ଼ିଯାଇଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର ଖବର ପାଇ ନିଆଁ ଲିଭାଇବାକୁ ପହଞ୍ଚିଥିଲା ଅଗ୍ନିଶମ ବାହିନୀ। ନିଆଁର ତୀବ୍ରତା ଅତି ଜୋର ଥିବାରୁ ନିଆଁ ଲିଭାଇବାକୁ ପରିଶ୍ରମ କରିବାକୁ ପଡିଛି। ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁ ଆୟତ୍ତକୁ ଆସିଥିବା ଜଣାପଡିଛି।

ନିଆଁର ପ୍ରକୋପ ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରୁ ଧୂଆଁର ମୋଟା ଆସ୍ତରଣ ଦୂରରୁ ଦେଖିବାକୁ ମିଳିଥିଲା। ଗ୍ୟାସ୍ ଟାଙ୍କି ବିସ୍ଫୋରଣ ପରେ ଅନ୍ୟ ଟାଙ୍କିକୁ ପ୍ରଥମେ ଅଗ୍ନିଶମ ବାହିନୀ ସତର୍କତାର ସହ ବାହାର କରିଦେଇଥିଲା। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡରେ କୌଣସି ଜୀବନହାନି ହୋଇଥିବା ଖବର ମିଳିନାହିଁ। ତେବେ ଅଗ୍ନିକାଣ୍ଡରେ ମୋଟ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି ଏବଂ କେତେ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି, ସେନେଇ ସ୍ପଷ୍ଟ ସୂଚନା ଅଗ୍ନିଶମ ଅପରେସନ୍ ସରିବା ପରେ ଜଣାପଡ଼ିବ।

Comments are closed.