Latest Odisha News

BREAKING NEWS

ଟିକା ନେଇ ୨ ଝିଅଙ୍କ ମୃତ୍ୟୁ!

ଭୋପାଳ: ମଧ୍ୟପ୍ରଦେଶରେ ଟିକାକରଣରେ ମୃତ୍ୟୁ ମାମଲାକୁ ନେଇ ଦୁଇଟି ପୃଥକ ଘଟଣା ଦେଖିବାକୁ ମିଳିଛି। ଟିକା ନେଇ ଦୁଇ ଝିଅଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ପ୍ରଶାସନ ଉଭୟ ମୃତ୍ୟୁ ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି। ଉଭୟ କ୍ଷେତ୍ରରେ ଟିକାକରଣର ୨୪ ଘଣ୍ଟା ପରେ ମୃତ୍ୟୁ ଘଟିଛି।

ରିପୋର୍ଟ ଅନୁଯାୟୀ ଟିକାକରଣର ୩୦ ମିନିଟରୁ ୬ ଘଣ୍ଟା ମଧ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇପାରେ। ସେ କହିଛନ୍ତି ଯେ ଟିକାକରଣର ୪୮ ଘଣ୍ଟା ପରେ କେହି ମରିଯିବାର କୌଣସି ଚାନ୍ସ। ସେ କହିଛନ୍ତି ଯେ AEFI ର ୯୦% ମାମଲାରେ ଟିକାକରଣର ୩୦ ମିନିଟ ମଧ୍ୟରେ ଲକ୍ଷଣ ଦେଖାଯିବା ଆରମ୍ଭ କରେ। ଡା. ଶୁକ୍ଲା କହିଛନ୍ତି ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଡାକ୍ତରୀ ରେକର୍ଡର ଯାଞ୍ଚ ଦ୍ୱାରା ଝିଅଟିର ମୃତ୍ୟୁର କାରଣ ଣାପଡ଼ିବ।

ଉଭୟ ବାଳିକାଙ୍କ ପିତାମାତା କହିଛନ୍ତି ଯେ ଜାନୁଆରୀ ୨ରେ କରୋନା ଟିକା ଦିଆଯାଇଥିଲା। ଗୋଟିଏ ଦିନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଯିବାରୁ ତାଙ୍କୁ ସେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଚିକିତ୍ସା ସମୟରେ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଝିଅର ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ଶବ ବ୍ୟବଚ୍ଛେଦ ପାଇଁ ଏକ ମେଡିକାଲ ପ୍ୟାନେଲ ଗଠନ କରାଯାଇଛି ବୋଲି ଉଜୈନ ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡା. ସଞ୍ଜୟ ଶର୍ମା କହିଛନ୍ତି।

Comments are closed.