Latest Odisha News

BREAKING NEWS

ବାଇକକୁ ଧକ୍କା ଦେଲା ଡମ୍ପର, ଦୁଇ ଜଣଙ୍କର ମୃତ୍ୟୁ

ବାଲେଶ୍ୱର: ବାଇକକୁ ଧକ୍କା ଦେଲା ଡମ୍ପର । ଦୁର୍ଘଟଣାରେ ଜଣେ ନାବାଳକ ସମେତ ୨ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ରାଜ୍ୟ ରାଜପଥ-୫୭ର ସାତଶୁଳିଆ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଡମ୍ପରକୁ ଅଟକ ରଖିଛନ୍ତି । ରାସ୍ତା ଅବରୋଧ ଯୋଗୁ ସଂପୃକ୍ତ ରାସ୍ତାରେ ବାଧାପ୍ରାପ୍ତ ହୋଇଛି ଗାଡ଼ି ମୋଟର ଚଳାଚଳ । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.