Latest Odisha News

BREAKING NEWS

ଛତିଶଗଡରେ ବୋଲେରୋ ଦୁର୍ଘଟଣାରେ ୨ ଓଡ଼ିଆ ମୃତ, ୮ ଆହତ

ଜବଲପୁର: ଛତିଶଗଡରେ ବୋଲେରୋ ଦୁର୍ଘଟଣା। ୨ ଜଣ ଯାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକମାନେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ବୋଲି ଜଣାପଡିଛି। ଆହତମାନଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୃତକମାନେ ଗାଡ଼ି ଲାଇସେନ୍ସ କାମରେ ଛତିଶଗଡ ଯାଉଥିବା ବେଳେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ଗାଡ଼ିକୁ ସାଇଡ ଦେବା ବେଳେ ଭାରସାମ୍ୟ ହରାଇ ବୋଲେରୋ ରାସ୍ତା କଡ଼ରେ ଥିବା ଗଛରେ ପିଟି ହୋଇଯାଇଥିଲା। ମୃତକମାନେ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତୋହର ଓ ବେହେରା ପଞ୍ଚାୟତର ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.