Latest Odisha News

BREAKING NEWS

କେନ୍ଦ୍ରୀୟ ସଶସ୍ତ୍ର ବଳ ପାଇଁ ଆୟୁଷ୍ମାନ CAPF ଯୋଜନା ଆରମ୍ଭ

ଗୌହାଟୀ : ଆସାମରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ CAPFର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଦେଶରେ ଥିବା ସମସ୍ତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର କର୍ମଚାରୀ ଏହି ଯୋଜନାରେ ସ୍ୱାସ୍ଥ୍ୟସେବାର ଫାଇଦା ପାଇବେ। ଏହି ଅବସରରେ ଆୟୁଷ୍ମାନ CAPF କାର୍ଡ ୭ଟି କେନ୍ଦ୍ରୀୟ ଆର୍ମଡ ପୋଲିସ ଫୋର୍ସର କିଛି ଯବାନଙ୍କୁ ପ୍ରଦାନ କରିଛନ୍ତି ଅମିତ ଶାହ ।

ଏହି ଯୋଜନା ଅଧୀନରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ, ଆସାମ ରାଇଫଲ ଓ ଏନଏସଜି ଯବାନ ଏବଂ ସେମାନଙ୍କ ପରିବାର ପ୍ରାୟ ୨୮ ଲକ୍ଷ ଲୋକ ଲାଭବାନ ହେବେ। ନ୍ୟାସନାଲ ହେଲଥ୍ ଅଥରିଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏନେଇ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଗୌହାଟୀ ସିଆରପିଏଫ୍ ଗ୍ରୁପ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

Leave A Reply

Your email address will not be published.