Latest Odisha News

ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍, ୨ କର୍ମଚାରୀ ମୃତ

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‍ । କୋଲ କେମିକାଲ ଡିପାର୍ଟମେଣ୍ଟରେ ଗ୍ୟାସ ଲିକ ହୋଇଥିବା ସୂଚନା ମିଳିଛି । ଏଥିରେ  ୨ କର୍ମଚାରୀ ମୃତ୍ୟୁବରଣ କରିଛନ୍ତି । ଆଇଜିଏଚ୍ ଆଇସିୟୁରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ହୋଇଛି । ଆଉ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ଏମାନଙ୍କ ବ୍ୟତୀତ ଅନ୍ୟ ୬ ଜଣ ଅସୁସ୍ଥଙ୍କୁ IGHରେ ଭର୍ତ୍ତି ହୋଇଛନ୍ତି । ଗ୍ୟାସ୍ ଲିକ୍ ଯୋଗୁ ମୋଟ୍ ୧୦ ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ତେବେ କେମିତି ଓ କେଉଁ ପରିସ୍ଥିତିର୍ ଗ୍ୟାସ୍ ଲିକ୍ ହେଲା ତାହା ଜଣା ପଡିନି ।

Leave A Reply

Your email address will not be published.