କୁଲ୍ଲୁ: ହିମାଚଳ ପ୍ରଦେଶର ଉଚ୍ଚ ସ୍ଥାନମାନଙ୍କରେ ତୁଷାରପାତ ହେତୁ ସେଠାରେ ଅତ୍ୟଧିକ ଥଣ୍ଡା ପଡିଲାଣି । ଫଳରେ ଲାହୌଲ-ସ୍ପିତିର ଉଚ୍ଚ ପାହାଡମାନଙ୍କରେ ତୁଷାରପାତ ହେଉଛି। ଯେଉଁଥିପାଇଁ ଏଠାରେ ଥିବା ରାସ୍ତାରେ ବରଫ ଚାଦର ଦେଖିବାକୁ ମିଳିଲାଣି । ଏଭଳି ପରିସ୍ଥିତିରେ ଏଠାରେ ଗାଡି ଚଳାଇବା ବିପଦପୂର୍ଣ୍ଣ ଅଟେ । ଏପରି ପାଣିପାଗ ଓ ତୁଷାରପାତ ହେତୁ ବିପଦକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ବିପଦପୂର୍ଣ୍ଣ ରାସ୍ତାକୁ ବନ୍ଦ କରୁଛି।
ଡିସି ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଲାହୌଲ-ସ୍ପିତିର ଅଧ୍ୟକ୍ଷ ରାହୁଲ କୁମାର ଏହି ନିର୍ଦ୍ଦେଶ ଜାରି କରି ଆସନ୍ତା ଡିସେମ୍ବର ୭ରୁ ଆସନ୍ତା ବର୍ଷ ଗ୍ରୀଷ୍ମକାଳ ପର୍ଯ୍ୟନ୍ତ ଦାରଚା-ସରଚୁ ଏନ୍ଏଚ୍ ଓ ଏବଂ ଦାରଚା-ଶିଙ୍କୁଲା ରାସ୍ତାରେ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ବର୍ତ୍ତମାନ କୌଣସି ପ୍ରକାରର ଯାନକୁ ଉଭୟ ପାର୍ଶ୍ୱରୁ ଏହି ରାସ୍ତାରେ ଯିବାକୁ ଅନୁମତି ନାହିଁ ।
ଡିସି ରାହୁଲ କୁମାର କହିଛନ୍ତି ଯେ, ଅତୀତରେ ବାରାଲାଚା ଟପ୍ ଏବଂ ଶିଙ୍କୁଲା ଟପ୍ ରେ ହଠାତ୍ ତୁଷାରପାତ ହେତୁ ଯାତ୍ରୀମାନେ ଅଟକି ରହିଥିବାର ଘଟଣା ଘଟିଛି। ଏଠାରେ ଉଦ୍ଧାର କାର୍ଯ୍ୟ ଓ ଉଦ୍ଧାର କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଚ୍ୟାଲେଞ୍ଜଭରା ଏବଂ ବିପଦପୂର୍ଣ୍ଣ ହୋଇଯାଏ |
ସେ କହିଛନ୍ତି ଯେ, ଏହି ନିର୍ଦ୍ଦେଶଗୁଡିକର ଉଲ୍ଲଂଘନ ହେଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ -୨୦୦୫ର ଧାରା ୫୧ ଲାଗୁ ହେବ, ଯେଉଁଥିରେ ଏକ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ଜୋରିମାନା ଅଥବା ଉଭୟ ଦଣ୍ତ ମିଳିବ ।
Comments are closed.